Homebreaking newsପ୍ରେମରେ ବିଫଳତାରୁ ଚରମ ପଦକ୍ଷେପ, ଜୀବନ ହରିବାକୁ ଉଦ୍ୟମ

ପ୍ରେମରେ ବିଫଳତାରୁ ଚରମ ପଦକ୍ଷେପ, ଜୀବନ ହରିବାକୁ ଉଦ୍ୟମ

ଭୁବନେଶ୍ୱର, (୧୮/୧୧) : ଆପ୍ର : ପ୍ରେମରେ ବିଫଳତାରୁ ଚରମ ପଦକ୍ଷେପ । ଦେହରେ ନିଆଁ ଲଗାଇ ଯୁବତୀଙ୍କ ଜୀବନ ହରିବାର ଉଦ୍ୟମ କରିଛି । ୯୫% ଶରୀର ଦଗ୍ଧ ହୋଇଯାଇଛି ।

ପୂର୍ବତନ ପ୍ରେମିକ ଅଟକ । ପ୍ରେମ ବିଫଳତାରୁ ଜୀବନ ହରିବାର ଉଦ୍ୟମ । ପଥରଗାଡ଼ିଆରେ ନିଜ ଦେହରେ ନିଆଁ ଲଗାଇଲେ । ପୀଡ଼ିତାଙ୍କ ବୟସ ୨୧ ବର୍ଷ ଏବଂ ଘର ଯାଜପୁର ବଡ଼ଚଣା ଅଞ୍ଚଳରେ । ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଗତକାଲି ରାତି ପ୍ରାୟ ୧୦ଟା ୩୦ ମିନିଟ୍ ସମୟରେ ପଥରଗାଡ଼ିଆ ୨୦୦ ଫୁଟିଆ ରାସ୍ତାରେ ଯୁବତୀ ନିଜ ଦେହରେ ନିଆଁ ଲଗାଇ ଜୀବନ ହରିବାର ଉଦ୍ୟମ କରିଥିଲେ ।

ଅନ୍ୟପଟେ ସୂଚନା ପାଇବା ମାତ୍ରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲା । ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରାଯାଇଛି । ସମ୍ପୃକ୍ତ ଯୁବତୀ ଜଣକ ପୂର୍ବରୁ ନୟାପଲ୍ଲୀ ଥାନା ଅନ୍ତର୍ଗତ ଏକ ନର୍ସିଂ ଇନଷ୍ଟିଚ୍ୟୁଟରେ କମ୍ପୁଟର ଅପରେଟର ଭାବେ କାର୍ଯ୍ୟ କରୁଥିଲେ । ପ୍ରେମ ସମ୍ପର୍କରେ ବିଫଳତା କାରଣରୁ ସେ ଏଭଳି ଚରମ ପଦକ୍ଷେପ ନେଇଛନ୍ତି । କିଛି ମାସ ପୂର୍ବରୁ ତାଙ୍କର ପ୍ରେମିକଙ୍କ ସହ ବ୍ରେକଅପ୍ ହୋଇଥିଲା । ଏହି ଘଟଣାରେ ଅନୁଗୁଳ ଅଞ୍ଚଳର ସମ୍ପୃକ୍ତ ପୂର୍ବତନ ପ୍ରେମିକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି । ଏତେ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଝିଅ କିପରି ଜୀବନ ହରିଲା ତାହାକୁ ନେଇ ପ୍ରଶ୍ନ କରିଛନ୍ତି ଯୁବତୀଙ୍କ ବାପା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments