Homebreaking newsକେନାଲରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

କେନାଲରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

କଟକ, (୧୮/୧୧) : ଆପ୍ର : କଟକରେ ଚାଞ୍ଚଲ୍ୟ । କେନାଲରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ । କଟକ ସଦର ଥାନା ଅନ୍ତର୍ଗତ ଖଣ୍ଡେୟତା ନିକଟ କେନାଲରୁ ଜଣେ ୨୬ ବର୍ଷୀୟ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି ।

ମୃତ ଯୁବକ ହେଉଛନ୍ତି ସିଦ୍ଧାର୍ଥ ଜେନା । ତାଙ୍କ ଘର ଭାଣପୁର ବଢ଼େଇ ସାହି ଅଞ୍ଚଳରେ ବୋଲି ଜଣାପଡ଼ିଛି । ଯୁବକଙ୍କ ମୃତ୍ୟୁକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ଖଣ୍ଡେୟତା ନିକଟ କେନାଲରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ଖବର ପାଇ କଟକ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପରେ ମୃତଦେହକୁ କେନାଲରୁ ଉଦ୍ଧାର କରାଯାଇଥିଲା । ମୃତକଙ୍କ ପରିଚୟ ଜଣାପଡ଼ିବା ପରେ ସେ ସିଦ୍ଧାର୍ଥ ଜେନା ବୋଲି ସ୍ପଷ୍ଟ ହୋଇଥିଲା ।

ଅନ୍ୟପଟେ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ଏସସିବି ମେଡିକାଲକୁ ପଠାଇଛି । ତେବେ ସିଦ୍ଧାର୍ଥଙ୍କ ମୃତ୍ୟୁ କେମିତି ହେଲା, ସେ କେନାଲକୁ କିପରି ଆସିଲେ, ତାହା ଏବେ ବି ରହସ୍ୟ ଘେରରେ ରହିଛି । ଏହା ଏକ ଦୁର୍ଘଟଣା, ନା ଅନ୍ୟ କିଛି କାରଣ ରହିଛି, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସାମ୍ନାକୁ ଆସିପାରେ। ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments