Homelocalସାଇ ଗାୟତ୍ରୀ ପରିବାର ତରଫରୁ ଟେଷ୍ଟ ପେପର ବଣ୍ଟନ

ସାଇ ଗାୟତ୍ରୀ ପରିବାର ତରଫରୁ ଟେଷ୍ଟ ପେପର ବଣ୍ଟନ

ବୋରିଗୁମ୍ମା, (୨୬/୭) : ଆପ୍ର : ଆଜି ପୂର୍ବାହ୍ନରେ ୪୮ ନମ୍ବର ରାଜ୍ୟ ରାଜପଥ ତଟବର୍ତ୍ତୀ ହେମନ୍ତ କୁମାର ଷଡ଼ଙ୍ଗୀ (ଲାଲୁ ଷଡ଼ଙ୍ଗୀ)ଙ୍କ ବାସଭବନ ପରିସରରେ ଗରିବ ମେଧାବୀ ଛାତ୍ରମାନଙ୍କୁ ଟେଷ୍ଟ ପେପର ବଣ୍ଟନ କରାଯାଇଛି ।WhatsApp Image 2026 07 26 at 15.43.04

ସମୁଦାୟ ୬୪ ଜଣ ଛାତ୍ରୀଛାତ୍ରଙ୍କୁ ଟେଷ୍ଟ ପେପର ବଣ୍ଟନ କରାଯାଇ ଥିବା ଜଣା ପଡ଼ିଛି ।ଏ ନେଇ ଆୟୋଜିତ ସଭା ରେ ଜୟପୁର ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷା ଶ୍ରୀମତି ମମତା ଝୋଡ଼ିଆ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କୋରାପୁଟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଗୌରୀ ଶଙ୍କର ସାହୁ ମୂଖ୍ୟ ବକ୍ତା ଭାବେ ନିଜର ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ । ବରିଷ୍ଠ ସାମ୍ବାଦିକ ବିଜୟ ନାରାୟଣ ସାହୁ ସଭା ପରିଚାଳନା କରିଥିବା ବେଳେ ମାନସ କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

ସଭାପତିଙ୍କ ଅନୁରୋଧ କ୍ରମେ ଲାଲୁ ଷଡ଼ଙ୍ଗୀ ସାଇ ଗାୟତ୍ରୀ ପରିବାର ସମ୍ପର୍କରେ ସମ୍ୟକ୍ ବିବରଣୀ ପ୍ରଦାନ କରିଥିଲେ । ଅନ୍ୟ ମଞ୍ଚାସୀନ ଅତିଥି ମାନଙ୍କ ମଧ୍ୟରେ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ପ୍ରଧାନ ଶିକ୍ଷକ ଗୌରୀ ଶଙ୍କର ସାମନ୍ତରାୟ ପ୍ରମୁଖ ମଞ୍ଚାସୀନ ଥିଲେ ।ମୂଖ୍ୟ ଅତିଥି ମମତା ଝୋଡିଆଙ୍କ ସମେତ ଲାଲୁ ଷଡ଼ଙ୍ଗୀ, ଗୀତାଞ୍ଜଳି ମିଶ୍ର, ପାଣ୍ଡୁ ସାର, ଗୌରୀଶଙ୍କର ସାହୁ,ରଞ୍ଜନ କୁମାର ମିଶ୍ର, ଗୌରୀ ଶଙ୍କର ସାମନ୍ତରାୟ ପ୍ରମୁଖ ଅତିଥି ମାନଙ୍କ ଦ୍ଵାରା ଶିକ୍ଷକ ମାନଙ୍କୁ ଉତ୍ତରୀୟ ପ୍ରଦାନ ସହ ସାଙ୍ଗରେ ଆଣିଥିବା ଛାତ୍ରୀଛାତ୍ର ମାନଙ୍କୁ ଟେଷ୍ଟ ପେପର ବଣ୍ଟନ କରାଯାଇଥିଲା ।

ଅନ୍ୟମାନଙ୍କ ମଧ୍ୟରେ ଅଧିବକ୍ତା ମୁନା ଦୋରା, ମୋହନ ଦୋରା, ବୃନ୍ଦାବନ ପଣ୍ଡା, ଆନନ୍ଦ ପାଢ଼ୀ, ଜଗତ ରଞ୍ଜନ (ଚିଣ୍ଟୁ) ପାଣିଗ୍ରାହୀ, ସାଗର ଦଳପତି, ଅଧିବକ୍ତା ହରିଶ ଚନ୍ଦ୍ର ମୁଦୁଲି, ଏନ୍ ରାଜେଶ କୁମାର ପ୍ରମୁଖ ଯୋଗ ଦାନ କରି କାର୍ଯ୍ୟକ୍ରମ ଆୟୋଜକ ଙ୍କୁ ଉତ୍ସାହିତ କରିଥିବା ବେଳେ ସାଇ ଗାୟତ୍ରୀ ପରିବାର କାର୍ଯ୍ୟକ୍ରମରେ ସଂପୂର୍ଣ୍ଣ ସହଯୋଗ କରିଥିବା ଜଣା ପଡ଼ିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments