Homelocalଦୁର୍ଗୀ ପଞ୍ଚାୟତରେ ବିଜେଡିରେ ମିଶ୍ରଣ ପର୍ବ 

ଦୁର୍ଗୀ ପଞ୍ଚାୟତରେ ବିଜେଡିରେ ମିଶ୍ରଣ ପର୍ବ 

ରାୟଗଡା, (୨୭/୦୭) : ଆପ୍ର : ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଦୁର୍ଗୀ ପଞ୍ଚାୟତର ଜଗନ୍ନାଥ ମନ୍ଦିର ନିକଟସ୍ଥ ପଡିଆରେ ବିଜେଡି ପକ୍ଷରୁ ଏକ ବିରାଟ  ମିଶ୍ରଣ ପର୍ବ ବିଜେଡି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2026 07 26 at 17.09.09

ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ସୁଧୀର କୁମାର ଦାସ, ରାୟଗଡା ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସାରକାଙ୍କ ନେତୃତ୍ୱରେ ଦଳରେ ରାମନାଗୁଡା ବ୍ଲକର ଭାମିନ ଓ ହୁକୁମ୍ବା ପଞ୍ଚାୟତର ରାଇଗୁଡା, ଟିକରପଡ଼ା ଗ୍ରାମର ଶହ ଶହ ସଂଖ୍ୟାରେ ଯୁବ ଛାତ୍ର ବିଜେଡି ସୁପ୍ରିମୋ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ଏହି ସମୟରେ ଶ୍ରୀ ଦାସ ମତ ଦେଇଥିଲେ ଯେ, ସମସ୍ତଙ୍କ ଆନ୍ତରିକ ସହଯୋଗରେ ବିଜେଡି ଦଳ ଆହୁରି ପୂର୍ବଭଳି ଶକ୍ତିଶାଳୀ ହେବ । ଏହି ଅବସରରେ ରାମନାଗୁଡ଼ା ବ୍ଲକର ବରିଷ୍ଠ ନେତା ଗଗନ ଆଚାର୍ଯ୍ୟ, ବାତ୍ରୀ ମଣ୍ଡାଙ୍ଗୀ,ବିଜୟ ମଣ୍ଡାଙ୍ଗୀ, କମଳ ମୁଟିକା,ପଙ୍କଜ ପଣ୍ଡା, କରୀୟାନ, ଜଗଦୀଶ ଚନ୍ଦ୍ର ନାୟକ ବେହେରା, ରାହୁଲ ସମେତ ଶହଶହ କର୍ମି ଉପସ୍ଥିତ ରହି ବିଜେଡି ମିଶ୍ରଣ ପର୍ବରେ ଯୋଗ ଦେଇଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments