ଭୁବନେଶ୍ୱର, (୧୭/୦୮) : ଆପ୍ର : ପରକିୟା ପ୍ରିତିର କରୁଣ ପରିଣତି । ପତ୍ନୀ ଦେହରେ ପେଟ୍ରୋଲ ଢ଼ାଳି ସ୍ବାମୀର ମାରିବାକୁ ଉଦ୍ୟମ ।
ଭୁବନେଶ୍ବର କ୍ୟାପିଟାଲ ଥାନା ପିଚୁପଡ଼ିଆ ବସ୍ତିରେ ଘଟିଛି ଏପରି ଘଟଣା । ଅଭିଯୁକ୍ତ ସ୍ବାମୀ ଦିପିନା ପାତ୍ରକୁ ଗିରଫ କଲା ପୋଲିସ୍ । ଦିପିନା ବିଏମସି ସୁପରଭାଇଜର ଭାବେ କାମ କରନ୍ତି । ଅଭିଯୁକ୍ତଙ୍କ ପତ୍ନୀ ଜଣେ ଶିକ୍ଷୟତ୍ରୀ । ଅଭିଯୁକ୍ତ ଜଣଙ୍କ ଅନ୍ୟ ଜଣେ ମହିଳାଙ୍କ ପ୍ରେମରେ ପଡ଼ି ପତ୍ନୀଙ୍କ ସହ ଝଗଡା କରୁଥିଲେ । ଏନେଇ ଗତକାଲି ରାତିରେ ପତ୍ନୀ ଶୋଇଥିବା ବେଳେ ଅଭିଯୁକ୍ତ ପେଟ୍ରୋଲ ଢ଼ାଳି ନିଆଁ ଲଗାଇବାକୁ ଚେଷ୍ଟା କରୁଥିଲେ । ଏନେଇ ତାଙ୍କର ନ ବର୍ଷର ଝିଅ ଦେଖି ଡାକିବାରୁ ପତ୍ନି ତୁରନ୍ତ ଉଠି ପୋଲିସକୁ ଡାକିଥିଲେ । ପିସିଆର ପହଞ୍ଚି ପତ୍ନୀ ଓ ଝିଅଙ୍କୁ ଉଧାର ସହ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।

