ନୂଆପଡା, (୧୭/୦୮) : ଆପ୍ର : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କଳା ସଂସ୍କୃତି ଏବଂ ଐତିହ୍ୟର ମାଟି ଗଣ୍ତାବାହାଲିଠାରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଉପଲକ୍ଷେ ଏକ ଭେଟ୍ଘାଟ୍ କାର୍ଯ୍ୟକ୍ରମର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମ ଗ୍ରାମ୍ୟର ବରିଷ୍ଠ ଉପଦେଷ୍ଟା ଟଙ୍କଧର ମେହେରଙ୍କ ସଭାପତିତ୍ୱରେ ଅନେକ ବୁଦ୍ଧିଜୀବୀ, ସମାଜସେବୀ, ଯୁବବନ୍ଧୁ ଯୋଗ ଦେଇଥିଲା । କଳା ସଂସ୍କୃତିକୁ ଉଜ୍ଜିବୀତ କରିବା ସକାଶେ ଭାଇଚାରର ମହାମିଳନ ପାଇଁ ବିଭିନ୍ନ ନୃତ୍ୟ ଗୀତର ଆୟୋଜନ ତଥା ଭବ୍ୟ ପାଳନ ପାଇଁ ନୂଆଖାଇ ଭେଟ୍ଘାଟ୍ କମିଟି ଗଠନ ହୋଇଥିଲା । ଏଥିରେ ସଭାପତି ଭାବରେ ଘନଶ୍ୟାମ ମେହେର ସଂପାଦକ ଗୁପ୍ତେଶ୍ୱର ମେହେର ଓ କୋଷାଧ୍ୟକ୍ଷ ହେମନ୍ତ ମେହେରଙ୍କୁ ମନୋନୀତ କରାଯିବା ସହ ବିଭିନ୍ନ ବିଭାଗ ପାଇଁ ସ୍ୱତନ୍ତ୍ର କମିଟି ମଧ୍ୟ ଚୟନ କରାଯାଇଥିଲା । କମିଟିର ସୂଚନା ମୁତାବକ ଏହି ଭେଟ୍ଘାଟ୍ଟି ସେପ୍ଟେମ୍ବର ୧୮ ତାରିଖ ପାଳନ କରାଯିବାର ନିଷ୍ପତ୍ତି ନିଆଯାଇଛି ।

