Homelocalରେଡ୍ ଆଲର୍ଟରେ କେନ୍ଦୁଝର, ସ୍କୁଲ-କଲେଜ ଓ ଅଙ୍ଗନୱାଡ଼ି ବନ୍ଦ

ରେଡ୍ ଆଲର୍ଟରେ କେନ୍ଦୁଝର, ସ୍କୁଲ-କଲେଜ ଓ ଅଙ୍ଗନୱାଡ଼ି ବନ୍ଦ

ଆନନ୍ଦପୁର, (୧୭/୦୮) : ଆପ୍ର : କେନ୍ଦୁଝର ଜିଲ୍ଲାରେ ଗତକାଲି ଠାରୁ ବର୍ଷା ଲାଗି ରହିଛି । ଭୀଷଣ ବର୍ଷୁଛି । ଗତକାଲି ରେଡ୍ ଆଲର୍ଟ ଜୋନ୍ ରେ ଥିଲା କେନ୍ଦୁଝର

ଆଜି ପାଇଁ ମଧ୍ୟ ରେଡ୍ ଆଲର୍ଟ ରହିଛି । ଆଜି ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏହାକୁ ଦୃଷ୍ଟିରେ ଜିଲ୍ଲାର ସମସ୍ତ ସ୍କୁଲ କଲେଜ ଓ ଅଙ୍ଗନୱାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି । ପ୍ରବଳ ବର୍ଷା ଲାଗି ରହିଥିବାରୁ ବୈତରଣୀ ନଦୀର ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି । ଭୟଭୀତ ଅବସ୍ଥାରେ ଅଛନ୍ତି ଲୋକେ । ଆନନ୍ଦପୁରରେ ସତର୍କ ସୂଚନା ପାର କରିଛି ବୈତରଣୀ ନଦୀ ।

ବର୍ଷାର ତୀବ୍ରତାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଜିଲ୍ଲାର ସମସ୍ତ ସ୍କୁଲ, କଲେଜ ଏବଂ ଅଙ୍ଗନୱାଡ଼ି କେନ୍ଦ୍ରକୁ ଆଜି ଛୁଟି ଘୋଷଣା କରାଯାଇଛି। ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ଛୋଟ ପିଲାଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଏହି ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀର ଜଳସ୍ତର ମଧ୍ୟ ଦ୍ରୁତ ଗତିରେ ବଢ଼ୁଛି। ବିଶେଷକରି ଆନନ୍ଦପୁର ଅଞ୍ଚଳରେ ବୈତରଣୀ ନଦୀର ଜଳସ୍ତର ସତର୍କ ସୂଚନା ସ୍ତର ପାର କରିଥିବା ଜଣାପଡ଼ିଛି। ନଦୀର ଜଳସ୍ତର ଆହୁରି ବଢ଼ିଲେ ନିକଟବର୍ତ୍ତୀ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିବାର ଆଶଙ୍କା ରହିଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments