ପୁରୀ, (୧୯/୧୦) : ଆପ୍ର : ପୁରୀ ବଳିଆପଣ୍ଡା ଥାନା ପରିସରରେ ଅଘଟଣ । ବିଦ୍ୟୁତ୍ ଆଘାତରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି ।
କେବୁଲ କାମ କରିବାକୁ ଯାଇ ବଳିଆପଣ୍ଡା ଥାନା ପରିସରରେ ଏହି ଅଘଟଣ ଘଟିଛି । ପୋଲିସ ଆମ୍ବୁଲାନ୍ସ ନ ଡାକି ,ପରିବାର ଲୋକଙ୍କୁ ଖବର ଦିଆନଯାଇ ପୋଲିସ ପିସିଆର ଯୋଗେ ମୃତ ଦେହ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ଅଣାଯାଇଥିଲା ଅଭିଯୋଗ ହୋଇଛି । ଆଜି ଅପରାହ୍ନରେ ବଳିଆପଣ୍ଡା ଥାନା ପରିସରରେ ଏହି ଅଘଟଣ ଘଟିଛି ।
ମୃତ୍ୟୁ ହୋଇଥିବା ଯୁବକ ହେଉଛନ୍ତି ବାପି ପ୍ରଧାନ ଓ ସୁବ୍ରତ ସାହୁ l ଦୁଇ ଯୁବକ ହେଉଛନ୍ତି ରାମମନ୍ଦିର ଜାଲି ସାହି ଓ ବଳିଆପଣ୍ଡା ଥାନା ଅଞ୍ଚଳ ମଙ୍ଗଳା ସାହିର ବୋଲି ଜଣାପଡିଛି l ବଳିଆପଣ୍ଡା ଥାନାରେ ଟିଭି କେବୁଲ କାମ କରିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଦୁଇ ଯୁବକକ ମୃତ୍ୟୁ ହୋଇଥିବା ଜଣାପଡିଛି । ଖବର ପାଇ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ପୁରୀ ଏସପି ପ୍ରତୀକ ସିଂହ ,ବିଭିନ୍ନ ଥାନାର ଆଇଆଇସି,ସିଟି ଡିଏସପି ପହଞ୍ଚିଛନ୍ତି । ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ଲାଗି ରହିଛି ।
ଏହି ଦୁର୍ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ପୁରୀ ଏସପି ପ୍ରତୀକ ସିଂହ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ମୃତ ଦୁଇ ଯୁବକ କେବୁଲ ତାର ସଜାଡ଼ିବା ପରେ କେବୁଲ ତାର ୧୧ କେ.ଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଛି । ପୋଲିସ ପିସିଆର ଯୋଗେ ସେମାନଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟ ଅଣାଯାଇଥିଲା । ଏ ସମ୍ପର୍କରେ ବଳିଆପଣ୍ଡା ଥାନାରେ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ନ୍ୟାୟ ପାଇଁ ପରିବାର ଲୋକେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ଶବ ବ୍ୟବଚ୍ଛେଦ ଗୃହ ସାମ୍ନାରେ ଧାରଣା ଦେଇଛନ୍ତି ।

