Homelocalଟ୍ରାଫିକ୍ ଜାମ୍ ରେ ବେହାଲ ଭୁବନେଶ୍ୱର, ପୂଜା ବୁଲିବା ହେଉଛି କାଳ !

ଟ୍ରାଫିକ୍ ଜାମ୍ ରେ ବେହାଲ ଭୁବନେଶ୍ୱର, ପୂଜା ବୁଲିବା ହେଉଛି କାଳ !

ଭୁବନେଶ୍ୱର, (୧୯/୧୦) : ଆପ୍ର : ଦୁର୍ଗାପୂଜା ଭିଡ଼ରେ ଅଣନିଃଶ୍ୱାସୀ ରାଜଧାନୀ । ରାସ୍ତାରେ ଘଣ୍ଟା ଘଣ୍ଟା ଫସୁଛନ୍ତି ଲୋକେ । ପୂଜାମଣ୍ଡପରୁ ପ୍ରମୁଖ ଛକ ପର୍ଯ୍ୟନ୍ତ ଅସମ୍ଭାଳ ଭିଡ଼, ଗାଡ଼ିର ଲମ୍ବା ଧାଡ଼ିରେ ଜାମ୍ ଭୁବନେଶ୍ୱର ।

ଟ୍ରାଫିକ୍ କଟକଣା ସତ୍ତ୍ୱେ ଯାତାୟାତରେ ନାକେଦମ୍ ସାଧାରଣ ଲୋକ । ଚାରିଆଡ଼େ ଆଲୋକମାଳା, ଆକର୍ଷଣୀୟ ତୋରଣ ଓ ଜମୁଛି ଦୁର୍ଗାପୂଜାର ମାହୋଲ । ହେଲେ ଏହି ଉତ୍ସବର ଭିଡ଼ରେ ଏକପ୍ରକାର ଅଣନିଃଶ୍ୱାସୀ ହୋଇପଡ଼ିଛି ରାଜଧାନୀ ଭୁବନେଶ୍ୱର । ପୂଜାମଣ୍ଡପରେ ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଯେତିକି ବଢ଼ୁଛି, ରାସ୍ତାରେ ଗାଡ଼ିମୋଟର ଜାମ୍ ସେତିକି ଅସହ୍ୟ ହେଉଛି । ସନ୍ଧ୍ୟାରୁ ରାଜଧାନୀର ଅନେକ ପ୍ରମୁଖ ରାସ୍ତାରେ ଗାଡ଼ିର ଲମ୍ବା ଧାଡ଼ି ଲାଗୁଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments