ପୁଣି ଖୋଲିବ ଜନ ଶୁଣାଣି ଦରବାର, ଜୁନ୍ ୧ରେ ଲୋକଙ୍କ ସହ ସିଧା କଥା ହେବେ ମୁଖ୍ୟମନ୍ତ୍ରୀ

Date:

Share post:

ଭୁବନେଶ୍ୱର, (୩୦/୦୫) : ଆପ୍ର : ପୁଣି ଥରେ ସାଧାରଣ ଲୋକଙ୍କ ସମସ୍ୟା ଶୁଣିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଆସନ୍ତା ଜୁନ୍ ୧ ତାରିଖ ସୋମବାର ସକାଳ ୮ଟାରେ ଭୁବନେଶ୍ୱର ୟୁନିଟ୍-୨ ଅଶୋକ ନଗରସ୍ଥିତ ପୁରୁଣା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟୋଜିତ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମ । ଏନେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଜନ ଶୁଣାଣି ମାଧ୍ୟମରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସୁଥିବା ଲୋକମାନେ ସିଧାସଳଖ ଭାବେ ନିଜର ସମସ୍ୟା, ଅଭିଯୋଗ ଓ ଦାବି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରିପାରିବେ ।

ବିଶେଷ କଥା ହେଉଛି, ଗତ ଏପ୍ରିଲ ୨୭ ତାରିଖରେ ହେବାକୁ ଥିବା ଜନ ଶୁଣାଣି ପାଇଁ ଯେଉଁ ଆବେଦନକାରୀମାନେ ପୂର୍ବରୁ ପଞ୍ଜିକରଣ କରିଥିଲେ, ସେମାନେ ଜୁନ୍ ୧ରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ନିଜ ଅଭିଯୋଗ ରଖିପାରିବେ । ଏଥିପାଇଁ ସେମାନଙ୍କୁ ପୁନର୍ବାର ପଞ୍ଜିକରଣ କରିବାକୁ ପଡ଼ିବ ନାହିଁ ବୋଲି CMO ସ୍ପଷ୍ଟ କରିଛି । ଲୋକଙ୍କ ସମସ୍ୟାର ତ୍ୱରିତ ସମାଧାନ ଏବଂ ସରକାରଙ୍କ ସହ ସାଧାରଣ ଜନତାଙ୍କ ସିଧାସଳଖ ସମ୍ପର୍କ ସ୍ଥାପନ କରିବା ଲକ୍ଷ୍ୟରେ ଏହି ଜନ ଶୁଣାଣି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

spot_img

Related articles

NEET ପାଇଁ ବାୟୋମେଟ୍ରିକ୍ ବାଧ୍ୟତାମୂଳକ, ପୁନଃପରୀକ୍ଷାକୁ ସ୍ୱଚ୍ଛ ଓ ନକଲ-ମୁକ୍ତ କରିବା ପାଇଁ NTAର ଗାଇଡ୍ ଲାଇନ୍

ନୂଆଦିଲ୍ଲୀ, (୧୯/୦୬) : ଆପ୍ର : NEET ପାଇଁ ବାୟୋମେଟ୍ରିକ୍ ବାଧ୍ୟତାମୂଳକ ! । ପରୀକ୍ଷା ହଲ୍ କୁ ଯିବା ପୂର୍ବରୁ ହେବ ବାୟୋମେଟ୍ରିକ୍...

ଫୁଡ୍ ବିଜନେସ୍ କରୁଥିବା ଲୋକଙ୍କ ପାଇଁ FSSAI ର ନୂଆ ନିୟମ, କଳଙ୍କୀ ଛୁରି ବ୍ୟବହାର ମନା

ନୂଆଦିଲ୍ଲୀ, (୧୯/୦୬) : ଆପ୍ର : ରେଷ୍ଟୁରାଣ୍ଟ, ହୋଟେଲ, ଢାବା ଏବଂ ଫୁଡ୍ ଫ୍ୟାକ୍ଟ୍ରିରେ ଖାଇବା କ୍ବାଲିଟିକୁ ନେଇ ନିୟମ କଡ଼ା ବୋକୁ ଯାଉଛି...

ଗ୍ରୀଷ୍ମ ପ୍ରବାହ ଯୋଗୁଁ ପାଣି ସଙ୍କଟର ଉତ୍କଟ ରୂପ ଧାରଣ

ବେଲପଡ଼ା, (୧୯/୦୬) : ଆପ୍ର : ଗ୍ରୀଷ୍ମ ପ୍ରବାହ ବଢ଼ିବା ସହିତ ପାଣି ସଙ୍କଟ ମଧ୍ୟ ଉତ୍କଟ ରୂପ ଧାରଣ କରିଛି । ବଲାଙ୍ଗିର ଜିଲ୍ଲା...

ପୂର୍ବ ଶତ୍ରୁତା ନେଲା ଜୀବନ; ଘରେ ଶୋଇଥିବା ବେଳେ ଧାରୁଆ ଅସ୍ତ୍ରରେ ହତ୍ୟା, ଅଭିଯୁକ୍ତ ଅଟକ

ବରଗଡ଼, (୧୯/୦୬) : ଆପ୍ର : ପୂର୍ବ ଶତ୍ରୁତାର ଭୟଙ୍କର ପରିଣତି । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଥାନା ଅନ୍ତର୍ଗତ ତୁର୍ଲା...