Homebreaking newsଝାରସୁଗୁଡ଼ାରେ ଏନକାଉଣ୍ଟର୍: ଦୁର୍ଦ୍ଦାନ୍ତ ଜୟ ଚୌହ୍ୱାନ ଆହତ

ଝାରସୁଗୁଡ଼ାରେ ଏନକାଉଣ୍ଟର୍: ଦୁର୍ଦ୍ଦାନ୍ତ ଜୟ ଚୌହ୍ୱାନ ଆହତ

ଝାରସୁଗୁଡ଼ା, (୩୦/୦୫) : ଆପ୍ର : ଏଣିକି ଅପରାଧକୁ ଆଉ ବରଦାସ୍ତ କରାଯିବ ନାହିଁ । ଅପରାଧୀଙ୍କୁ ଆଉ ନିସ୍ତାର ନାହିଁ । ଶନିବାର ସକାଳୁ ସକାଳୁ ପୁଣି ଗୋଟେ ବଡ଼ ଏନକାଉଣ୍ଟର୍ କରିଛି ପୋଲିସ

ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଳି ଥାନା ଅଞ୍ଚଳରେ ଭୋର ସମୟରେ ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଦୁର୍ଦ୍ଦାନ୍ତ ଅପରାଧୀ ଜୟ ଚୌହାନ ଆହତ ହୋଇଛି । ଡକାୟତି ଯୋଜନାବେଳେ ଏହି ଏନକାଉଣ୍ଟର ହୋଇଛି । ପୋଲିସର ଗୁଳି ଚୌହାନ ର ଡାହାଣ ଗୋଡ଼ରେ ବାଜିଥିବା ବେଳେ ତାଙ୍କୁ ତୁରନ୍ତ ଉଦ୍ଧାର କରି ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେଠାରେ ତାଙ୍କର ଚିକିତ୍ସା ଚାଲିଛି।

ମିଳିଥିବା ସୂଚନା ଅନୁଯାୟୀ, ବ୍ରଜରାଜନଗର ଗାନ୍ଧୀଛକ ଅଞ୍ଚଳର ବାସିନ୍ଦା ଜୟ ଚୌହାନ ତାଙ୍କର ଜଣେ ସହଯୋଗୀଙ୍କ ସହ ମିଶି ରେଙ୍ଗାଳି ଅଞ୍ଚଳରେ ଏକ ବଡ଼ଧରଣର ଡକାୟତି ଯୋଜନା କରୁଥିଲେ । ଏହି ନେଇ ପୋଲିସକୁ ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ଘଟଣାସ୍ଥଳରେ ଚଢ଼ାଉ କରିଥିଲା । ପୋଲିସକୁ ଦେଖି ଅପରାଧୀମାନେ ଖସି ପଳାଇବାକୁ ଚେଷ୍ଟା କରିଥିବା ବେଳେ ପୋଲିସ ଉପରେ ଗୁଳି ଚଳାଇବାକୁ ଉଦ୍ୟମ କରିଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପକ୍ଷରୁ ମଧ୍ୟ ଜବାବି ଗୁଳି ଚାଳନା କରାଯାଇଥିଲା। ଏହି ସମୟରେ ଜୟ ଚୌହାନଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଥିଲା, ଫଳରେ ସେ ଘଟଣାସ୍ଥଳରେ ଟଳି ପଡ଼ିଥିଲା । ତେବେ ତାଙ୍କର ଅନ୍ୟ ଜଣେ ସହଯୋଗୀ ସେଠାରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି।

ପୋଲିସ ସୂତ୍ରରୁ ପ୍ରକାଶ ଯେ, ଜୟ ଚୌହାନ ଜଣେ ପେଶାଦାର ଏବଂ ଚର୍ଚ୍ଚିତ ଅପରାଧୀ । ତା’ ନାମରେ ରାଜ୍ୟର ବିଭିନ୍ନ ଥାନାରେ ହତ୍ୟା ଉଦ୍ୟମ, ଡକାୟତି, ଦାଦାବଟି ଆଦାୟ ଓ ଆର୍ମସ ଆକ୍ଟ ସମେତ ୧୦ରୁ ଅଧିକ ସଙ୍ଗୀନ ମାମଲା ରହିଛି । ଘଟଣା ପରେ ପୋଲିସ ଫେରାର ସହଯୋଗୀଙ୍କୁ ଧରିବା ପାଇଁ ତନାଘନା ଜାରି ରଖିଥିବା ଜଣାପଡ଼ିଛି । ଏନକାଉଣ୍ଟର ନେଇ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ୍ ସୂଚନା ଦେଇଛନ୍ତି।

 

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments