ଭୋଜି ଖାଇ ଫେରୁଥିବା ବେଳେ ଗଛରେ ପିଟିହେଲା ବାଇକ୍ , ଭିଣୋଇ ମୃତ ଓ ଶଳା ଗୁରୁତର

Date:

Share post:

ନୟାଗଡ, (୩୦/୦୫) : ଆପ୍ର : ଦଦାଶ୍ବଶୁରଙ୍କ ବାର ଭୋଜି ଖାଇ ଫେରୁଥିବାବେଳେ ଗଛରେ ପିଟିହେଲା ବାଇକ୍ । ନୂଆଗାଁ ଥାନା ଆମ୍ବଝରୀ ନିକଟରେ ଏଭଳି ଦୁର୍ଘଟଣା ହୋଇଛି ।

ଫଳରେ ଭିଣୋଇ ମୃତ ଓ ଶଳା ଗୁରୁତର । ମୃତକ ହେଲେ ଶିଖରପୁର ଗାଁର ଲକ୍ଷ୍ମୀଧର ଡାକୁଆ । ଶଳା ଗୌଡପୁଟ ଗାଁର କାଳିଆ ଡାକୁଆ ଗୁରୁତର ଅବସ୍ଥାରେ ଭୂବନେଶ୍ବର ସ୍ଥାନାନ୍ତର ହୋଇଛନ୍ତି । ଖବର ମୁତାବକ ଆଜି ମଧ୍ୟାହ୍ନରେ ନୂଆଗାଁ ଥାନା ଖାଲମଡା ଗାଁରେ ଶଳା ଭିଣେଇ ବାର ଭୋଜି ଖାଇ ଘରକୁ ଫେରୁଥିଲେ । ବାପରୁଆ ଗାଡି ଚାଳନା ଯୋଗୁ ଗଛରେ ଗାଡିଟି ପିଟି ହୋଇଥିଲା । ଖବର ପାଇ ନୂଆଗାଁ ପୋଲିସ ୨ ଜଣଙ୍କୁ ଉଦ୍ଧାର କରି ନୟାଗଡ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଡାକ୍ତର ଭିଣେଇକୁ ମୃତ ଘୋଷଣା କରିଥିଲେ। ଶଳାର ମୁଣ୍ଡ , ଗୋଡ଼ ଓ ହାତରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି ।

 

LEAVE A REPLY

Please enter your comment!
Please enter your name here

spot_img

Related articles

NEET ପାଇଁ ବାୟୋମେଟ୍ରିକ୍ ବାଧ୍ୟତାମୂଳକ, ପୁନଃପରୀକ୍ଷାକୁ ସ୍ୱଚ୍ଛ ଓ ନକଲ-ମୁକ୍ତ କରିବା ପାଇଁ NTAର ଗାଇଡ୍ ଲାଇନ୍

ନୂଆଦିଲ୍ଲୀ, (୧୯/୦୬) : ଆପ୍ର : NEET ପାଇଁ ବାୟୋମେଟ୍ରିକ୍ ବାଧ୍ୟତାମୂଳକ ! । ପରୀକ୍ଷା ହଲ୍ କୁ ଯିବା ପୂର୍ବରୁ ହେବ ବାୟୋମେଟ୍ରିକ୍...

ଫୁଡ୍ ବିଜନେସ୍ କରୁଥିବା ଲୋକଙ୍କ ପାଇଁ FSSAI ର ନୂଆ ନିୟମ, କଳଙ୍କୀ ଛୁରି ବ୍ୟବହାର ମନା

ନୂଆଦିଲ୍ଲୀ, (୧୯/୦୬) : ଆପ୍ର : ରେଷ୍ଟୁରାଣ୍ଟ, ହୋଟେଲ, ଢାବା ଏବଂ ଫୁଡ୍ ଫ୍ୟାକ୍ଟ୍ରିରେ ଖାଇବା କ୍ବାଲିଟିକୁ ନେଇ ନିୟମ କଡ଼ା ବୋକୁ ଯାଉଛି...

ଗ୍ରୀଷ୍ମ ପ୍ରବାହ ଯୋଗୁଁ ପାଣି ସଙ୍କଟର ଉତ୍କଟ ରୂପ ଧାରଣ

ବେଲପଡ଼ା, (୧୯/୦୬) : ଆପ୍ର : ଗ୍ରୀଷ୍ମ ପ୍ରବାହ ବଢ଼ିବା ସହିତ ପାଣି ସଙ୍କଟ ମଧ୍ୟ ଉତ୍କଟ ରୂପ ଧାରଣ କରିଛି । ବଲାଙ୍ଗିର ଜିଲ୍ଲା...

ପୂର୍ବ ଶତ୍ରୁତା ନେଲା ଜୀବନ; ଘରେ ଶୋଇଥିବା ବେଳେ ଧାରୁଆ ଅସ୍ତ୍ରରେ ହତ୍ୟା, ଅଭିଯୁକ୍ତ ଅଟକ

ବରଗଡ଼, (୧୯/୦୬) : ଆପ୍ର : ପୂର୍ବ ଶତ୍ରୁତାର ଭୟଙ୍କର ପରିଣତି । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଥାନା ଅନ୍ତର୍ଗତ ତୁର୍ଲା...