Homelocalୟୁଏଆଇଏଲ୍ ପକ୍ଷରୁ ମେଗା ରକ୍ତଦାନ ଶିବିର: ୨୩୫ ୟୁନିଟ୍ ରକ୍ତ ସଂଗୃହୀତ

ୟୁଏଆଇଏଲ୍ ପକ୍ଷରୁ ମେଗା ରକ୍ତଦାନ ଶିବିର: ୨୩୫ ୟୁନିଟ୍ ରକ୍ତ ସଂଗୃହୀତ

ରାୟଗଡ଼ା, (୧୭/୮) : ଆପ୍ର : ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଏହାର ସିଏସଆର ବିଭାଗ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସହଯୋଗରେ ସ୍ଥାନୀୟ ନୂଆପଡ଼ା ଟାଉନସିପ କ୍ଲବ୍ ହାଉସ୍‌ଠାରେ ଏକ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଅଛି ।

ରକ୍ତ ଦାନ, ମହତ ଦାନ ଏହି ମହତ୍ ଉଦ୍ଦେଶ୍ୟ ନେଇ ଉକ୍ତ ଶିବିରରେ ସ୍ଥାନୀୟ ସମୁଦାୟ ଓ କମ୍ପାନୀ କର୍ମଚାରୀମାନଙ୍କର ଉତ୍ସାହଜନକ ସହଯୋଗ ପରିଲକ୍ଷିତ ହୋଇଥିବା ବେଳେ ମୋଟ ୨୩୫ ୟୁନିଟ୍ ରକ୍ତ ଏହି ଶିବିରରୁ ସଂଗ୍ରହ କରାଯାଇଥିଲା । ଉକ୍ତ ଶିବିରକୁ ୟୁନିଟ୍ ମୁଖ୍ୟ ରବି ନାରାୟଣ ମିଶ୍ର ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ବରିଷ୍ଠ ପରିଚାଳନା ଦଳ, ସିଏସଆର ମୁଖ୍ୟ ଶ୍ରୀମତୀ ଲୋପାମୁଦ୍ରା ମିଶ୍ର, ପ୍ଲାଣ୍ଟ ସିଏସଆର ବିଭାଗ ମୁଖ୍ୟ ଶ୍ରୀ ଦିଗନ୍ତ ମହାନ୍ତି ଏବଂ ସିଏସଆର ଟିମ୍‌ର ସମସ୍ତ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ ।

ଏଥିସହିତ ଉତ୍କଳ ହସ୍ପିଟାଲରେ ସିଏମ୍ଓ ଡା. ରଞ୍ଜନ କୁମାର ଲେଙ୍କା, ଡା. ରାଜେନ୍ଦର ମଣ୍ଡଳ ଏବଂ ରିଫାଇନେରୀ ଇଞ୍ଜିନିୟରିଂର ଏଭିପି ଶ୍ରୀ ଗିରିଜା ପଣ୍ଡା ଉପସ୍ଥିତ ରହି ରକ୍ତଦାନ ଶିବିରକୁ ତଦାରଖ କରିଥିଲେ । ଉକ୍ତ ଶିବିରକୁ ସୁଚାରୁ ଭାବେ ପରିଚାଳନା ନିମନ୍ତେ ସିଏସଆର ଟିମ୍‌ର ସଦସ୍ୟ ସୁଧୀର କୁମାର ନାୟକ, ରୁପେନ ପଟ୍ଟନାୟକ, ସୌମ୍ୟ ରଞ୍ଜନ ସ୍ୱାଇଁ, ଗଜେନ୍ଦ୍ର ନାଏକ, ସତ୍ୟଭାମା ନାୟକ, କାର୍ତ୍ତିକେଶ୍ୱର ସାହୁ, ମୋହିନୀ ନାଏକ, ଗୌରୀ ଶଙ୍କର, ସସ୍ମିତା, କାମଦେବ, ବାଦଲ, ଲିଜା, ହେମଲତା, ନିରୂପମା ଓ ଦେବୀ ପ୍ରମୁଖ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments