Homelocalରାୟଗଡ଼ାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ରାୟଗଡ଼ାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ରାୟଗଡ଼ା, (୧୫/୦୭) : ଆପ୍ର : ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ରାୟଗଡ଼ା ଜିଲ୍ଲା ମହକୁମାସ୍ଥିତ ଗାନ୍ଧୀ ପାର୍କଠାରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା ।

ଏହି ଅବସରରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସମେତ ଅନ୍ୟାନ୍ୟ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସେମାନଙ୍କ ଆଦର୍ଶ ଓ ଅବଦାନକୁ ସ୍ମରଣ କରାଯାଇଥିଲା । କାର୍ଯ୍ୟକ୍ରମରେ ରାୟଗଡ଼ାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚରଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୋପବନ୍ଧୁଙ୍କ ଜୀବନାଦର୍ଶ, ସମାଜସେବା, ଶିକ୍ଷା ଓ ଜାତିପ୍ରେମର ବାର୍ତ୍ତାକୁ ଅନୁସରଣ କରିବା ପାଇଁ ଯୁବପିଢ଼ିଙ୍କୁ ଆହ୍ୱାନ କରିଥିଲେ । ସମ୍ମାନିତ ଅତିଥି ଭାବେ ରାୟଗଡ଼ା ମ୍ୟୁନିସିପାଲଟିର କାର୍ଯ୍ୟନିର୍ବାହୀ ଅଧିକାରୀ (ଇ.ଓ.) ଶ୍ରୀ କୁଲଦୀପ କୁମାର ଯୋଗଦେଇ ଉତ୍କଳମଣିଙ୍କ ଆଦର୍ଶ ଆଜି ମଧ୍ୟ ସମାଜ ପାଇଁ ପ୍ରେରଣାଦାୟକ ବୋଲି ମତବ୍ୟକ୍ତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସମାଜ ଜିଲ୍ଲା ପ୍ରତିନିଧି ଶ୍ରୀ ବିଜୟ କୁମାର ମହାରଣା, ଜେକେପୁର ପ୍ରତିନିଧି ଶ୍ରୀ ସୂର୍ଯ୍ୟକାନ୍ତ ଷଡ଼ଙ୍ଗୀ, ଭମ୍ସି କଲେଜର ଅଧ୍ୟାପକ ପ୍ରଫେସର ବେଦ ପ୍ରକାଶ କରଙ୍କ ସମେତ ବହୁ ବରିଷ୍ଠ ସାମ୍ବାଦିକ ଉପସ୍ଥିତ ରହି ଉତ୍କଳମଣିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସ୍ୱାମୀ ବିବେକାନନ୍ଦ ବିଦ୍ୟାଳୟ, ଠକ୍କର ବାପା ବିଦ୍ୟାଳୟ ସମେତ ବିଭିନ୍ନ ବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ମଧ୍ୟ ଯୋଗଦେଇ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ । ଶେଷରେ ଉପସ୍ଥିତ ସମସ୍ତେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଆଦର୍ଶକୁ ଜୀବନରେ ଅନୁସରଣ କରିବା ସହ ସମାଜସେବା ଓ ମାନବକଲ୍ୟାଣ ପାଇଁ କାର୍ଯ୍ୟ କରିବାକୁ ସଂକଳ୍ପ ଗ୍ରହଣ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments