Homelocalଗୁଣପୁର ଠାରେ ଅନୁଷ୍ଠିତ ହେଲା ନିଶାମୁକ୍ତ ଭାରତ ଅଭିଯାନ

ଗୁଣପୁର ଠାରେ ଅନୁଷ୍ଠିତ ହେଲା ନିଶାମୁକ୍ତ ଭାରତ ଅଭିଯାନ

ଗୁଣପୁର, (୨୬/୬) : ଆପ୍ର : ବିଭିନ୍ନ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ମାନଙ୍କୁ ନେଇ ଗୁଣପୁର ଉପ ଜିଲ୍ଲାପାଳ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ନୂଆ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ନିଶା ମୁକ୍ତ ଭାରତ ଅଭିଯାନ ଆରମ୍ଭ କରାଯାଇଥିଲା ।WhatsApp Image 2026 06 26 at 19.08.06

ଆନ୍ତର୍ଜାତିକ ନିଶା ସେବନ କାରବାର ଓ ଅବୈଧ ନିଶା ଦ୍ରବ୍ୟ ଚାଲାଣ କାରବାର ସମ୍ବନ୍ଧୀୟ ବିଭିନ୍ନ ପୋଷ୍ଟର ଧରି ଏବଂ ବିଭିନ୍ନ ସ୍ଲୋଗାନ ସହ ଅଭିଯାନ ଆରମ୍ଭ କରାଯାଇଥିଲା ।

ମଦ, ସିଗାରେଟ୍, ଗଞ୍ଜେଇ, ବିଡ଼ି,
କେତେ ଯେ ସଂସାର ଦିଏ ଉଜାଡ଼ି
ପାନ, ବିଡ଼ି, ସିଗାରେଟ୍ ଏହା ଛୋଟ ନୁହଇ ନିଶା,
ଜାଣି ନ ପାରଇ ସେ ଟାଣି ନିଏ ପଇସା
କରିବ ଯିଏ ନିଶା ସେବନ,
ହୋଇବ କୁକୁର ପରି ମରଣ
ନିଶା ଠାରୁ ଦୂରରେ ରୁହନ୍ତୁ,
ଜୀବନକୁ ସୁରକ୍ଷିତ ରଖନ୍ତୁ ।WhatsApp Image 2026 06 26 at 19.08.06 1

ଇତ୍ୟାଦି ସ୍ଲୋଗାନ ଦିଆଯାଇ ସମାଜକୁ ସଚେତନ କରାଯାଇଥିଲା । ଉକ୍ତ ଅଭିଯାନରେ ଅବକାରୀ ପ୍ରଶାସନ ତରଫରୁ ଶ୍ରୀ ବେଣୁଧର ସାମଲ, ପି ବିଶ୍ୱେଶ୍ୱର ରାଓ, ଲକ୍ଷ୍ମୀ ଦେବି,ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଧନଞ୍ଜୟ ବେହେରା, ପୋଲିସ କର୍ମଚାରୀ ବୃନ୍ଦ, ଲକ୍ଷ୍ମଣ ସହିଦ ନାୟକ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ବୃନ୍ଦ ଯୋଗଦାନ କରି ନିଶା ମୁକ୍ତ ଅଭିଯାନକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments