Homelocalପାନୀୟ ଜଳ ସମସ୍ୟା ସମାଧାନ କେବେ ? କୋଟି କୋଟି ଟଙ୍କା ଜାଲିଆତି,ତଦନ୍ତ କରିବାକୁ ବରିଷ୍ଠ...

ପାନୀୟ ଜଳ ସମସ୍ୟା ସମାଧାନ କେବେ ? କୋଟି କୋଟି ଟଙ୍କା ଜାଲିଆତି,ତଦନ୍ତ କରିବାକୁ ବରିଷ୍ଠ ସରକାରୀ ଆସି ଗୋପନୀୟ ଅର୍ଥ ନେଇ ଫେରାର

ବଲାଙ୍ଗୀର//ଟିଟିଲାଗଡ, (୨୭/୦୬) : ଆପ୍ର : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ଯାହା କୁ ତତଲାଗଡ କୁହା ଯାଏ, ପାନୀୟ ଜଳ ସମସ୍ୟା ନେଇ ଖୋଦ ସ୍ୱତନ୍ତ୍ର ଗସ୍ତ ରେ ମନ୍ତ୍ରି ରବି ନାରାୟଣ ନାଏକ ଆସିବା ସହ କୋଟି କୋଟି ଟଙ୍କା ବ୍ୟୟ ଅଟକଳ ରେ ଅସଂଖ୍ୟ ପ୍ରକଳ୍ପ ମଞ୍ଜୁରୀ ପ୍ରଦାନ କରିଛନ୍ତି ।WhatsApp Image 2026 06 27 at 00.58.28

ଶାସନ ର ବର୍ଷାଧିକ କାଳ ବିତି ଥିବା ବେଳେ କେବଳ କାଗଜ କଲମରେ କୋଟି, କୋଟି ଟଙ୍କା ବ୍ୟୟ ବରାଦ କରାଯାଇ ଆସୁଛି । କୋଟି, କୋଟି ଟଙ୍କା ରେ ବିଭଗୀୟ ଅଧିକାରୀ ,ନେତା , ଠିକାଦାର ଅୟସ ଆରାମ ରେ ଥିବା ବେଳେ ଲୋଲେ ଆଉ ଅଧିକ ଦୁର୍ଦ୍ଦଶା ଭୋଗିବା ସାର ହୋଇଛି। ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରେ ଅତ୍ୟନ୍ତ ନିମ୍ନ ମାନର କାମ ସାମାନ୍ୟ କିଛି କରି ଛାଡ଼ିଦେବା ଓ ଟଙ୍କା ହଡ଼ପ ସାର ହୋଇଛି । ଏବେ ବର୍ଷା ଋତୁ ଆସିଗଲା ସିନା ସମସ୍ୟା ଆଉ ବୃଦ୍ଧି ପାଉଛି ।

ଏ ନେଇ ତୀବ୍ର ପ୍ରତିକ୍ରିୟା ଓ ଅଭିଯୋଗ ଯୋଗୁଁ ଜଣେ ବରିଷ୍ଠ ବିଭାଗୀୟ ଅଧିକାରୀ ନିମ୍ନ ମାନର କାମ ର ତଦାରଖ କରିବା କୁ ଟିଟିଲାଗଡ ବ୍ଲକ ଆସିଥିବା ବେଳେ ସ୍ଥାନିୟ ବିଭାଗୀୟ ସରକାରୀ ଅଧିକାରୀ ବୃନ୍ଦାବନ ମେହେର ଏକ କାର ରେ ତାଙ୍କୁ ନେଇ ଯାଇ ଗୋପନୀୟ ଭାବେ ଏକ ଏସି ରୁମ୍ ରେ ରଖେଇ ଥିଲେ । ସେ ନିଜେ ଗଣ ମାଧ୍ୟମ ପ୍ରତିନିଧି ଙ୍କ ଫୋନ୍ କଲ୍ ରିସିଭ୍ ନ କରି ଅଭିଯୋଗ ହୋଇଥିବା ଖୋଲାନ୍ ରେ ଥିବା କହିବା ଓ ପରେ ବାଞ୍ଜି ପଦର୍ ରେ ଥିବା କହି ମିଛ କହି ଆଉ ଫୋନ୍ ଉଠେଇ ନ ଥିଲେ । ତଦନ୍ତ ଆଳରେ ଏକ ଏସି ରୁମ୍ ରେ ମଦ, ମାଂସର ଆସର ଜମେଇ ଉକ୍ତ ଅଧିକାରୀ ଙ୍କୁ ଏକ ମୋଟା ଅଙ୍କର ଅର୍ଥ ଦେଇ ପଠେଇ ଦେଇଥିଲେ । ସରକାରୀ ନିୟମ ଖିଲାପ କରି ଉକ୍ତ ଅଧିକାରୀ ଫୋନ କଲ ରିସିଭ୍ ନ କରି ଏଭଳି ଅମାପ ଟଙ୍କା କାରବାର କରିବା ଚର୍ଚ୍ଚା ଜୋର ଧରିଛି। ଜନ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ମୁଖ୍ୟ ଶାସନ ସଚିବ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦୃଢ଼ ଦାବୀ ହୋଇଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments