Homebreaking newsବେଆଇନ ଭାବେ ମଦ କାରବାର, ଗ୍ରାମର ବିଭିନ୍ନ ସ୍ଥାନ ଗୁଡିକରେ ଅତର୍କିତ ଭାବରେ ଚଢ଼ାଉ

ବେଆଇନ ଭାବେ ମଦ କାରବାର, ଗ୍ରାମର ବିଭିନ୍ନ ସ୍ଥାନ ଗୁଡିକରେ ଅତର୍କିତ ଭାବରେ ଚଢ଼ାଉ

ଗୁଣପୁର, (୨୬/୬) : ଆପ୍ର : ବେଆଇନ ଭାବେ ମଦ କାରବାର ରୋକିବା ଓ ଏଥିରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ ପାଇଁ ଗ୍ରାମର ବିଭିନ୍ନ ସ୍ଥାନ ଗୁଡିକରେ ଅବକାରୀ ବିଭାଗ ର ଅତର୍କିତ ଭାବରେ ଚଢ଼ାଉ

ରାୟଗଡା ଜିଲ୍ଲା ଅବକାରୀ ଅଧୀକ୍ଷକ ଶ୍ରୀ ସନ୍ତୋଷ କୁମାର ଧଳଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ସହାୟତାରେ ଡେପୁଟି ସୁପରିଟେଣ୍ଡଣ୍ଟ ଶ୍ରୀ ସଞ୍ଜତ କୁମାର ବାର୍ଲା, ଅବକାରୀ ନିରୀକ୍ଷକ ଶ୍ରୀ ବେଣୁଧର ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗୁଣପୁର ଅବକାରୀ, ଥାନା ଭାରପ୍ରାପ୍ତ ଅଧିକାରୀ ପି . ବିଶେଶ୍ୱର ରାଓ ଓ ଗୁଡାରୀ ଅବକାରୀ କର୍ମଚାରୀ ଦଳବଳ ସହ ଯାଇ ରାଉତରଙ୍ଗା, ସିନାପାଲି, ଲବା ଗ୍ରାମର ବିଭିନ୍ନ ସ୍ଥାନ ଗୁଡିକରେ ଅତର୍କିତ ଭାବରେ ଚଢ଼ାଉ କରି ଚୋରା ରନ୍ଧା ମଦ କାରବାର ଚାଲିଥିବା ଆଡ଼ା ସ୍ଥଳରେ ୮୦୦୦ ପୋଚ ଏବଂ ୧୨୦୦ ଲିଟର ଦେଶୀ ରନ୍ଧା ମଦ ନଷ୍ଟ କରାଯାଇ ଦୁଇ ଜଣଙ୍କୁ ଗିରଫ କରିବା ସହ ମୋଟ ତିନି ଗୋଟି କେସ ରୁଜୁ କରାଯାଇଛି । ଆଗକୁ ଆହୁରି ଏଭଳି ଚଢ଼ାଉ ଜାରି ରହିବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments