Homelocalନଭେମ୍ବର ୧ରେ ପାଳନ ହେବ ବଲାଙ୍ଗିର ଦିନ୍‌ : ତୃତୀୟ ପ୍ରସ୍ତୁତି ବୈଠକରେ ଗଠନ ହେଲା...

ନଭେମ୍ବର ୧ରେ ପାଳନ ହେବ ବଲାଙ୍ଗିର ଦିନ୍‌ : ତୃତୀୟ ପ୍ରସ୍ତୁତି ବୈଠକରେ ଗଠନ ହେଲା ବିଭିନ୍ନ କମିଟି

ବଲାଙ୍ଗିର, (୧୮/୧୦) : ଆପ୍ର : ଆସନ୍ତା ନଭେମ୍ବର ୧ ତାରିଖରେ ବଲାଙ୍ଗିର ଦିନ୍‌ ପାଳନ ପାଇଁ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି ।

ଏନେଇ ବଲାଙ୍ଗିର ଦିନ୍‌ ଆୟୋଜକ କମିଟି ପକ୍ଷରୁ ସ୍ଥାନୀୟ ପି.ପି. ଏକାଡେମୀଠାରେ ତୃତୀୟ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି । କମିଟିର ଅଧ୍ୟକ୍ଷ ଗୋପାଳଜୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ବଲାଙ୍ଗିର ଦିନ୍‌ ପାଳନକୁ ସଫଳ ଓ ଶୃଙ୍ଖଳିତ କରିବା ପାଇଁ ବିଭିନ୍ନ ଦିଗ ଉପରେ ଆଲୋଚନା ସହ କମିଟି ଗଠନ କରାଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆଡ଼ମ୍ବରପୂର୍ଣ୍ଣ ଭାବେ ବଲାଙ୍ଗିର ଦିନ୍‌ ପାଳନ ପାଇଁ ଆୟୋଜକମାନେ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏଥିପାଇଁ ଆର୍ଥିକ, ସାଂସ୍କୃତିକ, ଶାନ୍ତିଶୃଙ୍ଖଳା, ଖାଦ୍ୟ, ଅଭ୍ୟର୍ଥନା, ମଞ୍ଚ, ଗ୍ରାଉଣ୍ଡ, ମିଡିଆ ଓ ପ୍ରଚାର ପ୍ରସାର ଏବଂ ସୋଭେନିୟର କମିଟି ଗଠନ କରାଯାଇଛି ।

ଆର୍ଥିକ କମିଟିର ଅଧ୍ୟକ୍ଷ ଭାବେ କିଶୋର ରଥ, ସାଂସ୍କୃତିକ କମିଟିର ଅଧ୍ୟକ୍ଷ ଭାବେ ବିନୋଦ କାଲସାଏ, ଶାନ୍ତିଶୃଙ୍ଖଳା କମିଟିର ଅଧ୍ୟକ୍ଷ ଭାବେ ଗୋବିନ୍ଦ ଶତପଥୀ, ଖାଦ୍ୟ କମିଟିର ଅଧ୍ୟକ୍ଷ ଭାବେ ସଞ୍ଜୀବ ସାହୁ, ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଭାବେ ସାଗରିକା ଗୁରୁ, ମଞ୍ଚ କମିଟିର ଅଧ୍ୟକ୍ଷ ଭାବେ ରାମ ଦାସ, ଗ୍ରାଉଣ୍ଡ କମିଟିର ଅଧ୍ୟକ୍ଷ ଭାବେ ଗୌରଚନ୍ଦ୍ର ପୁରୋହିତ ଏବଂ ମିଡିଆ ଓ ପ୍ରଚାର ପ୍ରସାର କମିଟିର ଅଧ୍ୟକ୍ଷ ଭାବେ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ସୋଭେନିୟର କମିଟିର ଅଧ୍ୟକ୍ଷ ଭାବେ ସଞ୍ଜୀବ କୁଅଁରଙ୍କୁ ମନୋନୀତ କରାଯାଇଛି ।

ବିଭିନ୍ନ କମିଟିର କାର୍ଯ୍ୟକୁ ସମନ୍ୱୟ ରକ୍ଷା କରି ସୁପରିଚାଳନା କରିବା ପାଇଁ ସରିତା ଦାସ, ଗୋପାଳ ପ୍ରଧାନ, ବିଦୁଭୂଷଣ ତ୍ରିପାଠୀ, ଦିନେଶ ଶର୍ମା, ପ୍ରତାପ ରଥ, ସଙ୍ଗୀତା ଦାସ ଓ ଲୋଟସ ଷଡ଼ଙ୍ଗୀଙ୍କୁ ବିଭିନ୍ନ ଦାୟିତ୍ୱ ଦିଆଯାଇଛି । ବୈଠକରେ ଆୟୋଜକ କମିଟିର ସଦସ୍ୟଙ୍କ ସମେତ ସହରର ବହୁ ବୁଦ୍ଧିଜୀବୀ, ସାମାଜିକ କର୍ମୀ ଓ ବିଭିନ୍ନ କ୍ଷେତ୍ରର ପ୍ରତିନିଧି ଯୋଗଦେଇଥିଲେ । ବଲାଙ୍ଗିରର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରିବା ସହ ବଲାଙ୍ଗିର ଦିନ୍‌ ପାଳନକୁ ସଫଳ କରିବା ପାଇଁ ସମସ୍ତେ ସହଯୋଗ କରିବାକୁ ମତ ପ୍ରକାଶ ପାଇଥିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments