ସୁବର୍ଣ୍ଣପୁର, (୦୬/୦୯) : ଆପ୍ର : ସୁବର୍ଣପୁର ଜିଲ୍ଲା ବିନିକା ବ୍ଲକ ଚରଦା କପିଳେଶ୍ଵର ମନ୍ଦିର ମନ୍ଦିର ମୁକ୍ତି ମଣ୍ଡପ ଠାରେ ମା ଚରଦେଉ ଓ ବାବା କପିଳେଶ୍ଵର ମହାଦେବ ଙ୍କ ଠାରେ ନବାର୍ଣ୍ଣ ଲାଗି ଶୁଭଲଗ୍ନ ଧାର୍ଯ୍ୟ କରଯାଇଛି ।
ଟ୍ରଷ୍ଟ ବୋର୍ଡ ପକ୍ଷରୁ ସଭାପତି ଅଶୋକ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକ ରେ ବିନିକା କପିଳେଶ୍ଵର ପୁରୋହିତ ସଂଘ ଯୋଗଦେଇ ଚଳିତ ବର୍ଷ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ କରିଥିଲେ । ଚଳିତ ସେପ୍ଟେମ୍ବର ୧୫ ତାରିଖ ମଙ୍ଗଳବାର ଦିବା ଘ ୯.୪୧ ମିନିଟ ଗତେ, ଘ ୧୦.୧୧ ମିନିଟ ମଧ୍ୟେ ସମସ୍ତ ଶୁଭଯୋଗେ ଅମୃତ ବେଲାରେ କପିଳେଶ୍ଵର ମହାପ୍ରଭୁ ଚରଦେଇ ଦେବୀ ଙ୍କ ସମେତ ଗ୍ରାମର ପୀଠ ଡେବ ଦେବୀ ଙ୍କ ଠାରେ ନବାନ୍ନ ଭୋଗ ଅର୍ପଣ କରାଯିବ ।
ପରେ ପରେ ଜନସାଧାରଣ ନବାନ୍ନ ଭକ୍ଷଣ ପାଇଁ ଲଗ୍ନ ଧାର୍ଯ୍ୟ କରଯାଇଥିଲା । ଏଥିରେ କପିଳେଶ୍ଵର ପୁରୋହିତ ସଂଘ ର ସଭାପତି ଭାସ୍କର ପୁରୋହିତ, ରମେଶ ପୁରୋହିତ ସୁବାସ ବଡ଼ପଣ୍ଡା, ପ୍ରେମରାଜ ପତି,ପ୍ରକାଶ ପୂଝାରୀ, ଯୋଗିନ୍ଦ୍ର ହୋତା, ଟ୍ରଷ୍ଟ ସଦସ୍ୟ ସୁଶିଲ ହୋତା, ଦେବରାଜ ବିଶି, ଉସତ କର, ସେବାୟତ ରବି ନାରାୟଣ ଥନାପତି, ଧର୍ମେନ୍ଦ୍ର ଥନାପତି, କାର୍ତ୍ତିକ ଥନାପତି, ହରେକୃଷ୍ଣ ଥନାପତି, ରାମକୃଷ୍ଣ ଥନାପତି, ଙ୍କ ସମେତ ଧିବର ବେରିହା, ଚୈତନ୍ୟ ବଗର୍ତ୍ତି, ମାହାରୁ ପଣ୍ଡା, ଙ୍କ ସମେତ ମନ୍ଦିର କର୍ମଚାରୀ ମନ ଥନାପତି ଉପସ୍ଥିତ ଥିଲେ ।

