କେବେ ସୁଧୁରିବେ ଏମାନେ ! ଶିଶୁକୁ ଜ୍ଵର ଇଞ୍ଜେକ୍ସନ ବଦଳରେ ନର୍ସ ଦେଲେ କୁକୁର କାମୁଡା ଇଞ୍ଜେକ୍ସନ

Date:

Share post:

ଭଦ୍ରକ, (୨୩/୦୬) : ଆପ୍ର : ରୋଗୀଙ୍କୁ ହୋଇଥିଲା ଜର, ଦେଇଦେଲେ କୁକୁର କାମୁଡ଼ା ଇଞ୍ଜେକ୍ସନ । ଶିଶୁକୁ ଜ୍ଵର ଇଞ୍ଜେକ୍ସନ ବଦଳରେ ନର୍ସ ଦେଲେ କୁକୁର କାମୁଡା ଇଞ୍ଜେକ୍ସନ

ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ । ଧାମନଗର ଥାନା ଦଲାଙ୍ଗ ଗ୍ରାମର ପୁରୁଷୋତ୍ତମ ତ୍ରିପାଠୀ ନିଜ ପୁତୁରା ଜରରେ ଆକ୍ରାନ୍ତ ହୋଇ ଥିବାରୁ ତାଙ୍କୁ ଚିକିତ୍ସା ପାଇଁ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ଥିବା ଡାକ୍ତର ଶିଶୁଟିର ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ଏବଂ ଇଞ୍ଜେକ୍ସନ ଲେଖିଥିଲେ । ସେଠାରେ ଥିବା ନର୍ସଙ୍କୁ ପ୍ରେସକ୍ରିପସନ ଦେଖାଇଲା ପରେ ଭୁଲରେ କୁକୁର କାମୁଡ଼ା ଇଞ୍ଜେକ୍ସନ ଦେଇଥିଲେ । ସେତବେଳେ ପୁରୁଷୋତ୍ତମ ପ୍ରତିବାଦ କରିଥିଲେ ମଧ୍ୟ ନର୍ସ ଜଣଙ୍କ କିଛି ଶୁଣି ନ ଥିଲେ । ପୁରୁଷୋତ୍ତମ ନିଜ ପୁତୁରାକୁ ଘରକୁ ଆଣିବା ପରେ ସେ ଯନ୍ତ୍ରଣା ପାଇଥିଲେ । ଶିଶୁ ଟିକୁ ତୁରନ୍ତ ଯାଜପୁରକୁ ନେଇ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଇବା ପରେ ଶିଶୁଟି ସୁସ୍ଥ ହୋଇଥିଲା । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଡାକ୍ତର ଓ ନର୍ସ ଏସମ୍ପର୍କ ରେ କିଛି ପତିକ୍ରିୟା ଦେଇନାହାନ୍ତି ।

LEAVE A REPLY

Please enter your comment!
Please enter your name here

spot_img

Related articles

ପୁଣି ଘୁଞ୍ଚିଲା ଓଟିଇଟି ପରୀକ୍ଷା, ଜୁଲାଇ ୫ ପରୀକ୍ଷା ନେଇ ସୂଚନା ଜାରି

କଟକ, (୨୩/୦୬) : ଆପ୍ର : ପୁଣି ଘୁଞ୍ଚିଲା ଓଟିଇଟି ପରୀକ୍ଷା । ଜୁନ ୨୮ ରେ ହେବାକୁ ଥିବା ଏହି ଓଟିଇଟି ପରୀକ୍ଷା...

ମନମୁଣ୍ଡା ମଣ୍ଡିରୁ ଉଠୁନି ଧାନ : ଆନ୍ଦୋଳନ ପାଇଁ ଚାଷୀ ସଜବାଜ

ବୌଦ୍ଧ, (୨୩/୦୬) : ଆପ୍ର : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ମଣ୍ଡିରୁ ଉଠୁନି ଧାନ । ଅବ୍ୟବସ୍ଥା ଘେରରେ ସରକାରୀ ଓ...

ନାବାଳିକା ଝିଅ ସହ ଦୁଷ୍କର୍ମ ଅଭିଯୋଗ: ଅଭିଯୁକ୍ତ ବାପା ଗିରଫ

ବରଗଡ଼, (୨୩/୦୬) : ଆପ୍ର : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଥାନା ଅଞ୍ଚଳରେ ଲଜ୍ଜାଜନକ ଘଟଣା ଘଟିଛି । ନାବାଳିକା ଝିଅକୁ...

ସ୍କୁଲରେ ଡିଇଓଙ୍କ ଆକସ୍ମିକ ପରିଦର୍ଶନ, ଶିକ୍ଷା କ୍ଷେତ୍ରେ ନୂଆ ଉତ୍ସାହ

ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା, ଶିକ୍ଷାଦାନର ମାନ ଯାଞ୍ଚ ମୁରିବାହାଲ, (୨୩/୦୬) : ଆପ୍ର : ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର...