ଭୁବନେଶ୍ୱର, (୨୩/୦୬) : ଆପ୍ର : ଆସନ୍ତା ମାସରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ସି.ପି ରାଧାକ୍ରୀଷ୍ଣନ । ଜୁଲାଇ ୯ ତାରିଖରେ ଉପରାଷ୍ଟ୍ରପତି ଭୁବନେଶ୍ୱର ଆସିବେ ।
ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ବା ଓୟୁଏଟିରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଯୋଗା ଦେବାର ସୂଚନା ରହିଛି । ଏହି କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପାଟି ଓ ଅନ୍ୟାନ୍ୟ ମନ୍ତ୍ରୀଗଣ ଯୋଗ ଦେବାର ଅଛି । ଉପରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାଜ୍ୟ ଗୃହ ବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥାର ବନ୍ଦୋବସ୍ତ କରାଯାଉଛି । ଏହା ଉପରାଷ୍ଟ୍ରପତିଙ୍କର ଦ୍ୱିତୀୟ ଓଡ଼ିଶା ଗସ୍ତ । ରାଧାକ୍ରୀଷ୍ଣନ ଉପରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ଜାନୁଆରୀ ମାସରେ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ସମାରୋହରେ ଯୋଗ ଦେବାକୁ କଟକ ଆସିଥିଲେ ।

