ଘରେ କେହି ନଥିବା ବେଳେ ଲୁଟିନେଲେ ଲୁଟେରା, ନଗଦ ଟଙ୍କା ସହିତ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍

Date:

Share post:

ଉଦଳା, (12/06) : ଆପ୍ର : ଆସିଲେ ଘର ସାମ୍ନା ରାସ୍ତାରେ ବୁଲିଲେ । ଘରୁ ମହିଳା ବାହାରିଯିବା ଦେଖିବାପରେ କିଛି କ୍ଷଣରେ ଲୁଟିନେଲେ । ଏଭଳି ଘଟଣା ଘଟିଛି ଉଦଳା ଥାନା ୱାର୍ଡ ନମ୍ବର ୧୦ରେ। ୱାର୍ଡ ବାସିନ୍ଦା ଜ୍ୟୋତି ରଞ୍ଜନ ପାତ୍ରଙ୍କ ସ୍ତ୍ରୀ ଘରେ ଥିଲେ ।

ହେଲେ କିଛି କାମ ପାଇଁ ରାତି ସମୟରେ ଘରବାହାରକୁ ନିଜ ସ୍କୁଟି ନେଇ ଯାଇଥିଲେ । ଲୁଟେରାମାନେ କିଛି ସମୟ ଧରିତାଙ୍କ ଘର ସାମ୍ନାରାସ୍ତାରେ ବୁଲିଥିଲେ । ଜ୍ୟୋତି ରଞ୍ଜନ ପାତ୍ରଙ୍କ ସ୍ତ୍ରୀ ନିଜସ୍କୁଟିରେ ବଜାର ଯାଇଥିଲେ ଏବଂ ଏକ ଘଣ୍ଟାପରେ ଘରକୁ ଫେରିଥିଲେ  । ଘରକୁ ଫେରିବା ପରେ ଘରୁ ଲୁଟ ହୋଇଥିବା ଜାଣିବାକୁ ପାଇଥିଲେ । ଲୁଟେରା ମାନେ ଘର ଗଡ଼ରେଜ ଭାଙ୍ଗି ସେଥିରେ ଥିବା ୨୦ହଜାର ନଗଦ ଟଙ୍କା ସହିତ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିବା ଜାଣିବାକୁ ପାଇଥିଲେ । ପରେ ଏନେଇ ଉଦଳାଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏହା ସହିତ ଲୁଟେରା ଦୁଇଜଣ ପ୍ରଥମେ ତାଙ୍କ ଘର ସାମ୍ନାରେ ବୁଲିବା ପରେ ଛାତ ଦେଇ ଘର ଭିତରକୁ ପଶି ଲୁଟ କରିଥିବା ଜାଣିବାକୁ ପାଇଛନ୍ତି ।

LEAVE A REPLY

Please enter your comment!
Please enter your name here

spot_img

Related articles

ବାଇକକୁ ପିଟିଲା କାର : ଜଣେ ମୃତ, ଜଣେ ଗୁରୁତର

କଣ୍ଟାବାଞ୍ଜି, (12/06) : ଆପ୍ର : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ବଙ୍ଗୋମୁଣ୍ଡା ଫାଟକ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ...

ସ୍କୁଟିରେ  ଘରକୁ ଫେରୁଥିବା ବେଳେ ଅଘଟଣ, ବନ୍ଧୁକ ଦେଖାଇ ଲୁଟିନେଲେ ସୁନା ଚେନ

କେନ୍ଦ୍ରାପଡା, (12/06) : ଆପ୍ର : ବନ୍ଧୁକ ଦେଖାଇ ଲୁଟିନେଲେ ସୁନା ଚେନ । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା ସଦର୍ ଥାନା ଅନ୍ତର୍ଗତ ବାହାକଣ୍ଡିଆ...

କାଲି ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ୧୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ବର, (12/06) : ଆପ୍ର : ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ପାଗ ଅନୁକୂଳ ରହିଛି । ଆଗାମୀ ୨ ରୁ ୩...

ଋଣ ଯୋଗାଇଦେବା ନାଁରେ ଠକେଇ, ୧୩୭ଟି ବାଇକ୍ ଓ ୧୨୮ଟି ମୋବାଇଲ୍ ଫୋନ୍ ଜବତ

ଗଜପତି, (12/06) : ଆପ୍ର : ଋଣ ଯୋଗାଇ ଦେବା ନାଁରେ ସାଧାରଣ ଓ ନିରୀହ ଲୋକଙ୍କୁ ଠକୁଥିବା ଏକ ରାକେଟର ପର୍ଦ୍ଦାଫାସ କରିଛି ଗଜପତି...