ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଏଥର ରଜରେ ଖୋଲିବ ନନ୍ଦନକାନନ

Date:

Share post:

ଭୁବନେଶ୍ୱର, (12/06) : ଆପ୍ର : ପର୍ଯ୍ୟଟକଙ୍କ ପାଇଁ ବଡ଼ ଖୁସି ଖବର । ରଜରେ ଖୋଲିବ ନନ୍ଦନକାନନ । ଏଥର ସୋମବାର ରଜ ସଂକ୍ରାନ୍ତି ପଡୁଥିବାରୁ ବନ୍ଦ ହେବନି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ।

ସାଧାରଣତଃ ପ୍ରତି ସୋମବାର ସାପ୍ତାହିକ ବନ୍ଦ ରହୁଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଭିଦ ଉଦ୍ୟାନ ଚଳିତ ବର୍ଷ ରଜ ସଂକ୍ରାନ୍ତି ଅବସରରେ ସୋମବାର (ଜୁନ୍ ୧୫) ଖୋଲା ରହିବ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ, ଏହି ବ୍ୟବସ୍ଥା କରାଯାଇଥିବା ବେଳେ ପରଦିନ ଅର୍ଥାତ୍ ଜୁନ୍ ୧୬ ମଙ୍ଗଳବାର ଦିନ ଉଭୟ ଉଦ୍ୟାନ ବନ୍ଦ ରହିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ନନ୍ଦନକାନନ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ରଜ ଭଳି ବଡ଼ ପର୍ବ ସମୟରେ ପର୍ଯ୍ୟଟକଙ୍କ ଭିଡ଼ ବଢ଼ିଥାଏ ।

ସେଥିପାଇଁ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ସୁବିଧାକୁ ଆଖିଆଗରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ତେଣୁ ଏଥର ରଜ ଛୁଟିରେ ପରିବାର ଓ ବନ୍ଧୁବାନ୍ଧବଙ୍କ ସହ ନନ୍ଦନକାନନ ବୁଲିବାକୁ ଚାହୁଁଥିଲେ ସୋମବାର ହିଁ ଯାତ୍ରା ଯୋଜନା କରନ୍ତୁ । ବର୍ତ୍ତମାନ ଗ୍ରୀଷ୍ମକାଳୀନ ସମୟସୂଚୀ ଅନୁସାରେ,ଉଦ୍ୟାନ ସକାଳ ୭ଟା ୩୦ ମିନିଟ୍‌ରୁ ସନ୍ଧ୍ୟା ୫ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ଖୋଲା ରହୁଛି । ପର୍ଯ୍ୟଟକମାନେ ଅନଲାଇନ୍ ଓ ଟିକେଟ୍ କାଉଣ୍ଟର ମାଧ୍ୟମରେ ପ୍ରବେଶ ଟିକେଟ୍ ସଂଗ୍ରହ କରିପାରିବେ । ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବରୁ ଟିକେଟ୍ ବୁକିଂ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

spot_img

Related articles

ବାଇକକୁ ପିଟିଲା କାର : ଜଣେ ମୃତ, ଜଣେ ଗୁରୁତର

କଣ୍ଟାବାଞ୍ଜି, (12/06) : ଆପ୍ର : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ବଙ୍ଗୋମୁଣ୍ଡା ଫାଟକ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ...

ସ୍କୁଟିରେ  ଘରକୁ ଫେରୁଥିବା ବେଳେ ଅଘଟଣ, ବନ୍ଧୁକ ଦେଖାଇ ଲୁଟିନେଲେ ସୁନା ଚେନ

କେନ୍ଦ୍ରାପଡା, (12/06) : ଆପ୍ର : ବନ୍ଧୁକ ଦେଖାଇ ଲୁଟିନେଲେ ସୁନା ଚେନ । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା ସଦର୍ ଥାନା ଅନ୍ତର୍ଗତ ବାହାକଣ୍ଡିଆ...

କାଲି ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ୧୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ବର, (12/06) : ଆପ୍ର : ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ପାଗ ଅନୁକୂଳ ରହିଛି । ଆଗାମୀ ୨ ରୁ ୩...

ଋଣ ଯୋଗାଇଦେବା ନାଁରେ ଠକେଇ, ୧୩୭ଟି ବାଇକ୍ ଓ ୧୨୮ଟି ମୋବାଇଲ୍ ଫୋନ୍ ଜବତ

ଗଜପତି, (12/06) : ଆପ୍ର : ଋଣ ଯୋଗାଇ ଦେବା ନାଁରେ ସାଧାରଣ ଓ ନିରୀହ ଲୋକଙ୍କୁ ଠକୁଥିବା ଏକ ରାକେଟର ପର୍ଦ୍ଦାଫାସ କରିଛି ଗଜପତି...