କଟକ କାଠଯୋଡିରୁ ଡାକ୍ତରୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣା, ହତ୍ୟା ଅଭିଯୋଗ ଆଣିଲେ ପରିବାର

Date:

Share post:

କଟକ, (୦୫/୦୬) : ଆପ୍ର : କଟକ କାଠଯୋଡିରୁ ଡାକ୍ତରୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣାରେ ନୂଆ ମୋଡ଼ । ଡାକ୍ତରୀ ଛାତ୍ରୀଙ୍କୁ ତାଙ୍କ ପ୍ରେମିକ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପରିବାର

ଅନ୍ୟ ଜଣେ ଯୁବତୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆଣିଛନ୍ତି । ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜର ଏମବିବିଏସ ତୃତୀୟ ବର୍ଷ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତଦେହ ଗତକାଲି ତ୍ରିଶୂଳିଆରେ କାଠଯୋଡି ପୋଲ ତଳୁ ମିଳିଥିଲା । ମୃତକ ଚନ୍ଦ୍ରିକାଙ୍କ ଘର ଉଦଳା ଥାନା ରାଇଦାଣ୍ଡିଆ ଗାଁ’ରେ । ଝିଅର ମୃତଦେହ ପଡ଼ିଥିବା ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ । ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଝିଅ ଭୀମସେନ ପ୍ରସାଦ ଟୁଡୁଙ୍କୁ ଭଲ ପାଉଥିଲେ ।

ଉଭୟ ଦୀର୍ଘ ବର୍ଷ ହେବ ସମ୍ପର୍କରେ ଥିଲେ । ଏପରିକି ଉଭୟ ୨୦୨୭ ରେ ବିବାହ କରିବେ ବୋଲି ଚନ୍ଦ୍ରିକାଙ୍କ ବୟଫ୍ରେଣ୍ଡ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଏସବୁ ଭିତରେ ଉଭୟଙ୍କ ପ୍ରେମ ସମ୍ପର୍କ ମଧ୍ୟରେ ସ୍ଵାତୀ ନାମକ ଜଣେ ଯୁବତୀ ପଶିଥିଲେ । ଯେଉଁଥିପାଇଁ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ଭୀମସେନ ଅନେକ ସମୟରେ ଚନ୍ଦ୍ରିକାଙ୍କୁ ନିର୍ଯାତନା ଦେଇ ଆସୁଥିଲେ । ଚନ୍ଦ୍ରିକାଙ୍କ ବୟଫ୍ରେଣ୍ଡ ଭୀମସେନ ଏବଂ ସ୍ଵାତୀ ମିଳିତ ଭାବେ ଚନ୍ଦ୍ରିକାକୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ।

LEAVE A REPLY

Please enter your comment!
Please enter your name here

spot_img

Related articles

ପାଣି ପାଇଁ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ କାର୍ଯ୍ୟାଳୟ ଘେରାଉ : ଦାବି ପୂରଣ ନ ହେଲେ ତୀବ୍ର ଆନ୍ଦୋଳନ ଚେତାବନୀ

ବଲାଙ୍ଗୀର // ଦେଓଗାଁ, (୦୫/୦୬) : ଆପ୍ର : ଦେଓଗାଁ ବ୍ଲକରେ ଦୀର୍ଘଦିନ ଧରି ଚାଲିଥିବା ଜଳ ସଙ୍କଟକୁ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ ଚରମ...

ବଜ୍ରାଘାତରେ ମହିଳାଙ୍କ ମୃତ୍ୟୁ, ପାଚେର ଗ୍ରାମରେ ଶୋକର ଛାୟା

ଖପ୍ରାଖୋଲ, (୦୫/୦୬) : ଆପ୍ର : ଗୁରୁବାର ଅପରାହ୍ନରେ ଖପ୍ରାଖୋଲ ଥାନା ଅନ୍ତର୍ଗତ ପଡ଼ିଆବାହାଲ ପଞ୍ଚାୟତର ପାଚେର ଗ୍ରାମରେ ଘଟିଥିବା ଏକ ଦୁଃଖଦ ଘଟଣା...

ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ, ଶୃଙ୍ଖଳିତ ନୀତି କାନ୍ତି ପାଇଁ ହେବ ଆଲୋଚନା

ପୁରୀ, (୦୫/୦୬) : ଆପ୍ର : ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ । ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଗଜପତି ମହାରାଜା ଦିବ୍ୟ...