ଜନ୍ମ କଲା ପୁଅର ନାରକୀୟ କାଣ୍ଡ, ଅତି ନିର୍ମମ ଭାବେ ମାକୁ ବାଡେଇ କରିଲା ଲହୁ ଲୁହାଣ

Date:

Share post:

ଉଦଳା, (୨୬/୦୬) : ଆପ୍ର : ଜନ୍ମ କଲା ପୁଅର ନାରକୀୟ କାଣ୍ଡ । ଜନ୍ମ କଲା ପୁଅ ସାଜିଲା ଅମଣିଷ । ଅତି ନିର୍ମମ ଭାବେ ମା କୁ ବାଡେଇ କରିଲା ଲହୁ ଲୁହାଣ ।

ନିଶା ଖାଇ ଆସିଲା ଆଉ କାଠ ଫାଳିଆରେ ଅନ୍ଧା ଦୁନିଆ ବାଡେଇ ଚାଲିଗଲା । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ବଡାମପଦା ଗ୍ରାମରେ । ଗ୍ରାମର ପ୍ରମିଳା ବେହେରା ଘରେ ଏକୁଟିଆ ଥିବା ବେଳେ ହଠାତ ଗତକାଲି ରାତ୍ର ସମୟରେ ସାନ ପୁଅ ରଂଜିତ ବେହେରା ଆସି ଏକ କାଠ ଫାଳିଆରେ ତାଙ୍କୁ ନିର୍ଘାତ ବାଡେଇ ଚାଲିଲା । କାଠ ଫାଳିଆରେ ବାଡେଇବା ସହିତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ମଧ୍ୟ କରିଥିଲା ।

ନିଜ ଜନ୍ମ କଲା ମା କୁ ଅତି ନିର୍ଦୟ ଭାବେ ରଂଜିତ ବାଡେଇଥିବା ବେଳେ ତାଙ୍କ ଦୁଇ ହାତ ଏବଂ ମୁଣ୍ଡ ସହିତ ଅଣ୍ଟା ରେ ମଧ୍ୟ ମାଡ଼ ମାରିଥିଲା । ମାଡ଼ ଫଳରେ ପ୍ରମିଳା ଗୁରୁତର ହୋଇପଡିଥିବା ବେଳେ ପାଟି କରିବାରୁ ପୁଅ ବୋହୂ ଆସି ତାଙ୍କୁ ଉଦ୍ଧାର କରିଥିଲେ ଏବଂ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରିଥିଲେ । ପ୍ରମିଳାଙ୍କ ଦେହରେ ଥିବା କ୍ଷତ ଚିହ୍ନ ହିଁ ବୟାନ କରୁଛି କେତେ ଭୟଙ୍କର ଥିଲା ପୁଅର ସେହି ଆକ୍ରମଣ । ଗୁରୁତର ଅବସ୍ଥାରେ ପ୍ରମିଳା ଏବେ ଉଦଳା ମେଡିକାଲରେ ଚିକିତ୍ସାଧୀନ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

spot_img

Related articles

ବରଗଡ଼ରେ ସରକାରୀ ବ୍ୟବସ୍ଥାର ବିକଳ ଚିତ୍ର: ମିଳିଲାନି ଶବବାହୀ ଗାଡ଼ି, ବାଧ୍ୟ ହୋଇ ସାଇକେଲରେ ଶବ ବୋହିଲେ ପରିବାର ଲୋକ

ବରଗଡ, (୨୬/୦୬) : ଆପ୍ର : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଅନ୍ତର୍ଗତ କଣ୍ଟାପଡ଼ା ଗାଁ'ରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି ।...

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା, ୮ ରାଉଣ୍ଡ ଗୁଳି ମାଡ଼

ବାଲେଶ୍ଵର, (୨୬/୦୬) : ଆପ୍ର : ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା । ଗୋଟିଏ କି ଦୁଇଟି ନୁହେଁ ଆଠଟି ଗୁଳି...

ପୁରୀ ସମୁଦ୍ରରେ ଅଘଟଣ, ବୁଡ଼ିଯାଉଥିବା ବେଳେ ଉଦ୍ଧାର କଲେ ଲାଇଫଗାର୍ଡ

ପୁରୀ, (୨୬/୦୬) : ଆପ୍ର : ବୁଡ଼ିଯାଉଥିବା ବେଳେ ପର୍ଯ୍ୟଟକ ଉଦ୍ଧାର । ପୁରୀ ସମୁଦ୍ରରେ ବୁଡ଼ିଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫଗାର୍ଡ । କ୍ୟାମେରାରେ...

ମଣ୍ଡିରୁ ଉଠୁନି ଧାନ, ଚିନ୍ତାରେ ଚାଷୀ

ସୁବର୍ଣ୍ଣପୁର, (୨୬/୦୬) : ଆପ୍ର : ମଣ୍ଡିରେ ପଡ଼ିଛି ଧାନ । ଚିନ୍ତାରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କଳାପଥର ଅଞ୍ଚଳର ଚାଷୀ । ୧୫ଦିନ...