ସୁବର୍ଣ୍ଣପୁର, (୨୬/୦୯) : ଆପ୍ର : ସୋନପୁର ବ୍ଲକ ଖଲିଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ର ଛାତ୍ର ସଂକେତ ଆଡଯୁଆଦି ସ୍କୁଲ ରେ ଖେଳୁଥିବା ବେଳେ ଅଣ୍ଟାରେ ଲୁହାଛଡ ପଶିଯିବାରୁ ଆହତ ହୋଇଛନ୍ତି ।
ସୂଚନା ଅନୁସାରେ ଆଜି ଶନିବାର ସକାଳୁଆ ସ୍କୁଲ ଥିବାବେଳେ ସଙ୍କେତ ଆଡଯୁଆଡି ସ୍କୁଲ ପରିସରରେ ଖେଲୁଥିବା ବେଳେ ଅଣ୍ଟାରେ ଲୁହାଛଡ ପଶିଯାଇଥିଲା । ଫଳରେ ଛାତ୍ର ଜଣକ ଆହତ ହୋଇପଡି ଯାଇଥିଲେ । ଖବର ପାଇଁ ଛାତ୍ର ଙ୍କ ବାପା ସ୍କୁଲ ରେ ପହଞ୍ଚି ସଙ୍ଗେ ସଙ୍ଗେ ସଙ୍କେତ କୁ ସୋନପୁର ଜିଲ୍ଲାମୁଖ୍ୟ ଡ଼ାକ୍ତରଖାନାରେ ଭର୍ତ୍ତି ଚିକିତ୍ସା କରାଇଥିଲେ । ବର୍ତ୍ତମାନ ସଙ୍କେତ ର ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି । ଏନେଇ ସ୍କୁଲ ର ପ୍ରଧାନଶିକ୍ଷକ ଲୋକନାଥ ଦାଶ ଙ୍କୁ ପଚାରିବାରୁ ତାଙ୍କ ପରିବାର ଙ୍କୁ ଚିକିତ୍ସା ପରେ ସଙ୍କେତ କୁ ଦିଆଯାଇଥିବା ପ୍ରକାଶ କରିଥିବା ବେଳେ ସଙ୍କେତ ର ଅବସ୍ଥା ଠିକ୍ ଥିବା କହିଥିଲେ ।

