ଢେଙ୍କାନାଳ, (୨୭/୦୯) : ଆପ୍ର : କଟୁରୀ ଧରି ଡାକ୍ତରଙ୍କୁ ଗୋଡ଼ାଇଲେ ଯୁବକ । ସିସିଟିଭିରେ କଏଦ ହେଲା ଚିତ୍ର ।
ଢେଙ୍କାନାଳ ଜିଲ୍ଲା ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଭୁବନ ଗୋଡ଼ିପାଟଣା ସାହି ବାସିନ୍ଦା ବିଦ୍ୟାଧର ମଲ୍ଲିକଙ୍କ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ତାଙ୍କୁ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନହେବାରୁ କଟକ ସ୍ଥାନାନ୍ତର କରିଥିଲେ ଡାକ୍ତର ଆନନ୍ଦିତା ପରିଡା । ନିଜର ଆର୍ଥିକ ଅବସ୍ଥା ସ୍ଵଛଳ ନଥିବା ଦର୍ଶାଇ କଟକ ନେଇ ପାରିନଥିଲେ । ପରେ ବିଦ୍ୟାଧରଙ୍କ ମୃତ୍ୟୁ ହୋଇଥିଲା । ଡାକ୍ତରଙ୍କ ଉପରେ ଆକ୍ରୋଶ ବାହାର କରିଥିଲେ ପରିବାର ସଦସ୍ୟ । ଦାୟିତ୍ୱରେ ଥିବା ଡାକ୍ତର କସ୍ତୁରୀ ରମଣ ସିଂ ଙ୍କୁ ଏକ କଟୁରୀ ନେଇ ଆକ୍ରମଣ କରୁଥିଲେ । ଏହା ଡାକ୍ତରଖାନାରେ ଥିବା ସିସିଟିଭିରେ କଏଦ ହୋଇଛି । ଯାହାକୁ ନେଇ ଡାକ୍ତର ଭୟରେ ଥିବା ପ୍ରତିକ୍ରିୟା ରଖିଛନ୍ତି ।

