Homelocalଭୟ ବଢ଼ାଉଛି ସୁବର୍ଣ୍ଣରେଖା, ଜଳମଗ୍ନ ଶତାଧିକ ଗାଁ

ଭୟ ବଢ଼ାଉଛି ସୁବର୍ଣ୍ଣରେଖା, ଜଳମଗ୍ନ ଶତାଧିକ ଗାଁ

ଜଳେଶ୍ୱର, (୨୭/୦୯) : ଆପ୍ର : ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା । ଉତ୍ତର ବାଲେଶ୍ବରରେ ବନ୍ଯା ସ୍ଥିତି ଗମ୍ଭୀର ହୋଇଥିବା ବେଳେ ବିପଦ ସଙ୍କେତ ଅତିକ୍ରମ କରି ବଢୁଛି ସୁବର୍ଣ୍ଣରେଖା ନଦୀ ଜଳସ୍ତର ।

ଚଳିତ ବର୍ଷ ସୁବର୍ଣ୍ଣରେଖା ଚତୁର୍ଥ ବନ୍ଯା । ଭୋଗରାଇ,ବାଲିଆପାଳ ଓ ଜଳେଶ୍ୱର ବ୍ଲକର ଲକ୍ଷାଧିକ ଲୋକେ ପ୍ରଭାବିତ ହେବା ସହ ଶତାଧିକ ଗାଁ ଜଳମଗ୍ନ ହୋଇଛି । ସୁବର୍ଣ୍ଣରେଖା ନଦୀ ର ରାଜଘାଟ ଠାରେ ସତର୍କ ସଙ୍କେତ ୯.୪୫ ମିଟର ରହିଥିବା ବେଳେ ବିପଦ ସଙ୍କେତ ରହିଛି ୧୦.୩୬ ମିଟର । ସକାଳ ୬ଟା ସୁଦ୍ଧା ଜଳସ୍ତର ୧୧.୬୮ ମିଟରରେ ପ୍ରବାହିତ ହେଉଛି । ପୂର୍ବ ବନ୍ଯାରେ ହଜାର ହଜାର ହେକ୍ଟର ଜମିରେ ଧାନ ଏବଂ ପନିପରିବା ଚାଷ ସମ୍ପୂର୍ଣ୍ଣ ଉଜାଡି ଦେଇଥିଲା ।

ଏବେ ପୁଣି ନଦୀର ଜଳସ୍ତର ବଢୁଥିବାରୁ ନଦୀକୂଳିଆ ଲୋକଙ୍କ ମଧ୍ୟରେ ଭୟ ଓ ଆଶଙ୍କା ବଢ଼ିଛି । ଅନେକ ସ୍ଥାନରେ ରାସ୍ତା ଉପରେ ୪ ଫୁଟ ଉପରେ ବନ୍ଯା ପାଣି ପ୍ରବାହିତ ହେଉଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲୋକମାନେ ଦେଶୀ ଡଙ୍ଗା କିମ୍ବା ପାୱାର ବୋର୍ଟ ରେ ଯାତାୟତ କରୁଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments