Homelocalନାଗାବଳୀ ଲାୟନ୍ସ କ୍ଲବ ତରଫରୁ ଜପାଖାଲ ସେବାଶ୍ରମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ନାଗାବଳୀ ଲାୟନ୍ସ କ୍ଲବ ତରଫରୁ ଜପାଖାଲ ସେବାଶ୍ରମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାୟଗଡା, (୩୦/୦୭) : ଆପ୍ର : ସୁସ୍ଥ ଓ ସବୁଜ ପରିବେଶ ଗଠନ ଦିଗରେ ଆଉ ଏକ ପଦକ୍ଷେପ । ଲାୟନ୍ସ କ୍ଲବ୍ ନାଗାବଳୀ, ରାୟଗଡ ତରଫରୁ ହାଲୁଆ ଗ୍ରାମପଞ୍ଚାୟତର ଜପାଖାଲ ସେବାଶ୍ରମରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।କ୍ଲବ

ଜୋନ୍ ଅଧ୍ୟକ୍ଷ ଡଃ ଦୁଷ୍ମନ୍ତ କୁମାର ମହାନ୍ତିଙ୍କ ନେତୃତ୍ୱରେ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଜାତା ଜେନାଙ୍କ ପ୍ରତ୍ୟକ୍ଷ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ କ୍ଲବ ସଭାପତି ଲାଏନ୍ ଡଃ ବିପିନ ବିହାରୀ ବିଶ୍ୱାଳ, ସମ୍ପାଦକ ସୁଦର୍ଶନ ପାଢ଼ୀ, କୋଷାଧ୍ୟକ୍ଷ ରାଜେନ୍ଦ୍ର କୁମାର ସାହୁ, ଉପ ସଭାପତି ଲାଏନ୍ ଅଜିତ ପାଣିଗ୍ରାହୀ, ଲାଏନ୍ ରୁବିରାଣୀ କୁଣ୍ଡୁ, ଲାଏନ୍ ଡଃ କୃଷ୍ଣପ୍ରିୟ ସାହାଣୀ, ଡଃ ନବ କିଶୋର କୁଣ୍ଡୁ, ଅରୁଣ ପାଣିଗ୍ରାହୀ, ମନ୍ମଥ ତୁଳ ପ୍ରମୁଖ ଉପସ୍ଥିତ ଥିଲେ । ଏହା ସହିତ ଜପାଖାଲ ସେବାଶ୍ରମର ଶିକ୍ଷକ ଶିକ୍ଷୟିତ୍ରୀ ତନୁଶ୍ରୀ ସାହୁକାର, ମୁଟିକା କାହ୍ନୁ, ସରୋଜ କୁମାର ଗୌଡ଼, ସୁଦର୍ଶନ ସେନାପତି ଏବଂ ଛାତ୍ରଛାତ୍ରୀମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

ଏହି ଅବସରେ ଲିଚୁ, ଆମ୍ବ, ପିଜୁଳି, ଲେମ୍ବୁ, ପଣସ, ସୀତାଫଳ, ଅଁଳା, ବଉଳ ଆଦି ଫଳଦାୟୀ ବୃକ୍ଷ ରୋପଣ କରାଯାଇଥିଲା । ଆଗାମୀ ଦିନରେ ରାୟଗଡ ସମେତ ଆଖପାଖ ଗ୍ରାମାନଙ୍କରେ ମଧ୍ୟ ବ୍ୟାପକ ବୃକ୍ଷରୋପଣ କରାଯିବ ବୋଲି କ୍ଲବ ପକ୍ଷରୁ ସୂଚନା ଦିଆଯାଇଛି । ସବୁଜ ଓ ସୁସ୍ଥ ପରିବେଶ ଗଠନ ପାଇଁ କ୍ଲବ ସଦସ୍ୟ/ସଦସ୍ୟା ଏବଂ ଛାତ୍ରଛାତ୍ରୀମାନେ ଶପଥ ଗ୍ରହଣ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments