Homelocalସ୍ୱଦେଶୀ ଜାଗରଣ ମଞ୍ଚର ଜିଲ୍ଲା ବୈଠକ ଅନୁଷ୍ଠିତ

ସ୍ୱଦେଶୀ ଜାଗରଣ ମଞ୍ଚର ଜିଲ୍ଲା ବୈଠକ ଅନୁଷ୍ଠିତ

  • ମୁଁ ମଧ୍ୟ ସ୍ୱଦେଶୀ ସମର୍ଥକ ଡିଜିଟାଲ ସମ୍ପର୍କ ଅଭିଯାନକୁ ଲକ୍ଷାଧିକ ସଂଖ୍ୟାରେ ପହଞ୍ଚାଇବାକୁ ସଂକଳ୍ପ ।

ରାୟଗଡ଼ା, (୩୦/୦୭) : ଆପ୍ର : ସ୍ବଦେଶୀ ଜାଗରଣ ମଞ୍ଚ -ସ୍ୱାବଲମ୍ବୀ ଭାରତ ଅଭିଯାନର ଜିଲ୍ଲା ବୈଠକ ରାୟଗଡସ୍ଥିତ ପ୍ରଦକ୍ଷଣ ଗୃହରେ ଅନୁଷ୍ଠିତ ହୋଇଯାଇଛି ।

ବୈଠକରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ମନୋଜ କୁମାର ନାଏକ ଯୋଗଦେଇ ସ୍ୱଦେଶୀ ଜାଗରଣ ମଞ୍ଚ, ସ୍ୱାବଲମ୍ବୀ ଭାରତ ଅଭିଯାନ ଓ ମୁଁ ମଧ୍ୟ ସ୍ୱଦେଶୀ ସମର୍ଥକ ଡିଜିଟାଲ ସମ୍ପର୍କ ଅଭିଯାନ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷା ଶ୍ରୀମତୀ ମଞ୍ଜୁଳା ମିଣିଆକା, ବିଜେପି ଜିଲ୍ଲା ସଭାପତି ଶ୍ରୀ ଗୋପୀ ଆନନ୍ଦ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଶିଵ ଶଙ୍କର ଉଲାକା, ଭାରତୀୟ ମଜଦୂର ସଂଘର ବରିଷ୍ଠ କାର୍ଯ୍ୟକର୍ତ୍ତା ଆଇନଜୀବୀ ଅରୁଣ କୁମାର ଲେଙ୍କା, “ମୁଁ ସ୍ୱଦେଶୀ ସମର୍ଥକ ଅଭିଯାନକୁ ସଫଳ ନିଜର ସଙ୍ଗଠନ ଓ ନିଜ ପରିସର ମଧ୍ୟରେ ଲକ୍ଷାଧିକ ଲୋକଙ୍କୁ ଯୋଡ଼ିବା ପାଇଁ ସଂକଳ୍ପ ନେଇଥିଲେ ।

ଜିଲ୍ଲାର ବିଭିନ୍ନ ବ୍ଲକରୁ ଯୋଗଦେଇଥିବା ପ୍ରତିନିଧିମାନେ ନିଜ ନିଜ ବ୍ଲକରେ ମୁଁ ବି ସ୍ୱଦେଶୀ ସମର୍ଥକ ଅଭିଯାନକୁ ବ୍ୟାପକ ଭାବରେ କରିବା ପାଇଁ ସଂକଳ୍ପ ନେଇଥିଲେ । ବିଭିନ୍ନ ବ୍ଲକରୁ ଯୁବ ସ୍ୱାବଲମ୍ବୀ ଶିକ୍ଷାବିତ, ଆଇନଜୀବୀ, ସାମାଜିକ କାର୍ଯ୍ୟକର୍ତ୍ତା, ସାମ୍ବାଦିକ ପ୍ରମୁଖ ଅଂଶ ଗ୍ରହଣ କରିଥିବା ଚୟନିତ କାର୍ଯ୍ୟକର୍ତ୍ତା ସୁଦର୍ଶନ ପାଢ଼ୀ,ଦେବଗିରି ପଟ୍ଟନାୟକ, ଜଗଦୀଶ ମାଣ୍ଡାଙ୍ଗୀ, ଅଞ୍ଜଳି ପଣ୍ଡା, ସ୍ୱାଗତ ଶେଖର ଜେନା ବିଜୟ କୁମାର ଦାସ, ଶିବ ନାରାୟଣ ଗୌଡ଼, ବିପିନ ବିହାରୀ ବିଶ୍ୱାଳଙ୍କୁ ଜିଲ୍ଲା ସ୍ୱଦେଶୀ ଜାଗରଣ ମଞ୍ଚର ଜିଲ୍ଲା ସମିତିରେ ବିଭିନ୍ନ ଦାୟିତ୍ୱ ଦିଆଯାଇଥିଲା । ସୁଦର୍ଶନ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ । ସାମୂହିକ ବନ୍ଦେ ମାତରମ୍ ଗାନ ପରେ କାର୍ଯ୍ୟକ୍ରମ ପରେ ସହଭୋଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments