Homebreaking newsଛତୁଆ ଓ ସୁଜିରେ ପୋକ ସାଲୁବାଲୁ, ତାତିଲେ ମହିଳା

ଛତୁଆ ଓ ସୁଜିରେ ପୋକ ସାଲୁବାଲୁ, ତାତିଲେ ମହିଳା

ବରଗଡ଼, (୩୦/୦୫) : ଆପ୍ର : ସରକାରଙ୍କ ପୋଷଣ ଯୋଜନାରେ ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଦିଆଯାଉଥିବା ଛତୁଆରେ ମିଶୁଛି ବାଲି ଓ ଗୋଡି

ନିମ୍ନ ମାନର ଛତୁଆ ପ୍ରସ୍ତୁତ କରି ବଣ୍ଟନ କରାଯାଉଥିବା ଅଭିଯୋଗ ମହିଳା ତାତିଛନ୍ତି । ଛତୁଆ ପ୍ୟାକେଟ୍ ଧରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ବରଗଡ଼ର ବିଭିନ୍ନ ପଡାର ଶହ ଶହ ମହିଳା ଓ ଯୁବତୀ । ପୋଷଣ ଯୋଜନାରେ ଦିଆଯାଉଥିବା ଛତୁଆରେ ପୋକ ସାଲୁବାଲୁକୁ ମିଶିଛି ଗୋଡ଼ି ବାଲି । ଯାହାକୁ ମଣିଷ ଖାଇବା ତ ଦୂରର କଥା ପଶୁଙ୍କୁ ଦେବା ଯୋଗ୍ୟ ନୁହେଁ । କିନ୍ତୁ ଗର୍ଭବତୀ ମହିଳା ଏବଂ ଶିଶୁଙ୍କୁ ଦିଆଯାଉଛି ଏଭଳି ନିମ୍ନ ମାନର ଛତୁଆ । ଯାହାକି ଶିଶୁ, ଗର୍ଭବତୀ ମହିଳା ଏବଂ ଗର୍ଭସ୍ଥ ଶିଶୁର ସ୍ୱାସ୍ଥ୍ୟ ପ୍ରତି ବଡ଼ ବିପଦ ଆଣିବାର ସମ୍ଭାବନା ରହିଛି । ତେଣୁ ବରଗଡ଼ର ଶତାଧିକ ମହିଳା ଆଜି ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଏପରିକି ଜିଲ୍ଲାପାଳଙ୍କ ସମ୍ମୁଖରେ ଛତୁଆ ଢାଳି ଦେଖାଇଛନ୍ତି ।

ସହରର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରରେ ଯୋଗାଣ ହେଉଥିବା ଛତୁଆ ଅତ୍ୟନ୍ତ ନିମ୍ନ ମାନର ଓ ବଣ୍ଟନ କରାଯାଉଥିବା ମୁଢିରେ ବାଲି ମିଶ୍ରଣ କରି ବଣ୍ଟନ କରାଯାଉଛି। ଗର୍ଭବତୀ ମା ଓ ଶିଶୁଙ୍କ ପାଇଁ ଏଭଳି ଖାଦ୍ୟ ଯୋଗାଇ ଜୀବନ ସହ ଖେଳ ଖେଳୁଥିବା ସଂସ୍ଥା ଉପରେ ଆକ୍ସନ ନେବାକୁ ଦାବି କରିଛନ୍ତି । ସରକାର ପୋଷଣ ଯୋଜନାରେ ପ୍ରତ୍ୟେକ ବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଏଭଳି ମହତ ଯୋଜନା କରୁଛନ୍ତି। କିନ୍ତୁ ଉତ୍ପାଦନକାରି ସଂସ୍ଥା ଛତୁଆ, ମୁଢ଼ି, ସୁଜି ଓ ଅନ୍ୟାନ୍ୟ ଖାଦ୍ୟରେ ଅପମିଶ୍ରଣ କରି ଏହାର ଗୁଣବତ୍ତାକୁ ଅତ୍ୟନ୍ତ ନିମ୍ନ ମାନର ପ୍ରସ୍ତୁତ କରୁଛନ୍ତି ।

ଏହାକୁ ଖାଇ ଶିଶୁମାନେ ଅସୁବିଧା ଅନୁଭବ କରିବା ସହ ପେଟ ଜନିତ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ଦେଖା ଦେଇଛି ବୋଲି ଅଭିଯୋଗ କରିଛନ୍ତି। ଏହା ଦ୍ୱାରା ସରକାରଙ୍କ ପୋଷଣ ଯୋଜନାର ଉଦ୍ଦେଶ୍ୟକୁ ବାଧାପ୍ରାପ୍ତ କରାଯାଉଛି ବୋଲି ମହିଳା ମାନେ ଅସନ୍ତୋଷ ପ୍ରକାଶ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଛତୁଆ ନିର୍ମାଣ କାରି ସଂସ୍ଥା ଉପରେ ତୁରନ୍ତ ଆକ୍ସନ ନେବାକୁ ଦାବି କରିଛନ୍ତି। ଅନ୍ୟପଟେ ଏହାର ତଦନ୍ତ କରାଯିବ ଓ ଆକ୍ସନ ନିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି।

 

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments