ରାଇକିଆ, (୦୨/୦୯) : ଆପ୍ର : ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ରାଇକିଆ ସହର । ଚାରିପଟେ ମେଘା ଭଳି ପାହାଡରେ ଘେରା ଏହି ସହର ପ୍ରକୃତିର ଅନନ୍ୟ ଆଶୀର୍ବାଦ ପାଇଛି ।
ପାହାଡ଼ ଓ ସବୁଜିମା ସହରକୁ ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବରୁ ଅନେକାଂଶରେ ସୁରକ୍ଷା ଦେବା ସହ ଏଠାକାର ଲୋକଙ୍କୁ ଦେଇଆସୁଛି ମନୋରମ ପରିବେଶ ଓ ସୁନ୍ଦର ଜଳବାୟୁ । ଗଢ଼ିଉଠିଥିବା ଓଡ଼ିଶାର ଏହି ପୁରାତନ ସହର ସମୟ ସହ ଆଧୁନିକତାର ପଥରେ ଆଗେଇ ଚାଲିଛି । ବଢ଼ୁଛି ସହରର କଳେବର, ବଢ଼ୁଛି ଜନସଂଖ୍ୟା । ହେଲେ ସହରର ବିକାଶ ସହ ତାଳ ଦେଇ ନାଗରିକ ସୁବିଧାର ବିକାଶ ହୋଇପାରୁନଥିବାରୁ ମୌଳିକ ସମସ୍ୟାରେ ଛନ୍ଦି ହୋଇପଡ଼ିଛନ୍ତି ଲୋକ । ଏହି ସ୍ୱପ୍ନ ଦେଖାଯାଉଥିବା ବେଳେ ଅନ୍ୟପଟେ ଡ୍ରେନେଜ୍, ରାସ୍ତା ଜଳ ଓ ରାସ୍ତା, ପାନୀୟ ଗୁଡ଼ିକ ମଧ୍ୟ ରେବୁଲାଗୋରୁ ଭଳି ସମସ୍ୟା ସହରବାସୀଙ୍କ ଦୁଃଖ ବଢ଼ାଇ ଚାଲିଛି । ରାଇକିଆ ଅଞ୍ଚଳ କୁ ହେଉ କି ଅନ୍ୟ ଜାଗା ଗୁଡିକ କୁ ସରକାର କୋଟି କୋଟି ଟଙ୍କା ମଞ୍ଜୁର କରୁଥିଲେ ମଧ୍ୟ କାମ ଆଖି ଦୃଶ୍ୟ ଦେଖିବାକୁ ମିଳିବା କଷ୍ଟ ହୋଇ ରହିଛି ।

