Homelocalମୁରିବାହାଲ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଗୁରୁଦିବସ ମହା ଆଡମ୍ବରରେ ପାଳିତ

ମୁରିବାହାଲ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଗୁରୁଦିବସ ମହା ଆଡମ୍ବରରେ ପାଳିତ

ମୁରିବାହାଲ, (୫/୦୯) : ଆପ୍ର : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ତେନ୍ତୁଳୀଖୁଣ୍ଟି ପଞ୍ଚାୟତର ଗୁଞ୍ଚିତରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଗୁରୁଦିବସ ମହା ଆଡମ୍ବର ସହକାରେ ଶନିବାର ପାଳିତ ହୋଇଯାଇଛି ।WhatsApp Image 2026 09 05 at 14.11.18

ଏହି ଅବସରରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦଳଗୋବିନ୍ଦ ନାୟକ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ । ବିଦ୍ୟାଳୟ ତରଫରୁ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରଦ୍ଧାଞ୍ଜଳି ମହାନ୍ତି ଶ୍ରୀ ନାୟକଙ୍କୁ ଉପଢୌକନ ଓ ଫୁଲତୋଡା ଦେଇ ସମ୍ମାନିତ କରିଥିଲେ । ଏହି ଅବସରରେ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଉତ୍ତମ ଗୁରୁ ପରମ୍ପରା ଓ ଭାରତୀୟ ସଂସ୍କୃତି ବିଷୟରେ ମାର୍ଗଦର୍ଶନ କରି ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ ।

କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ସଫଳା ମିଶ୍ର, ଜୟମାଳିନୀ ପଟ୍ଟନାୟକ, ସରୋଜିନୀ ମିଶ୍ର, ପ୍ରିୟଦର୍ଶିନୀ ସ୍ୱାଇଁ, ନୀଳମଣି ଦୀପ ପ୍ରମୁଖ ସହଯୋଗ କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ପୂଜନ କରିଥିଲେ । ସେହିପରି ମୁରିବାହାଲ ସଦର ସରସ୍ୱତୀ ଶିଶୁ ମନ୍ଦିରଠାରେ ମଧ୍ୟ ଗୁରୁଦିବସ ଉତ୍ସବ ପାଳିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଶିଶୁ ମନ୍ଦିର ପରିଚାଳନା ସମିତିର ସଭାପତି ନାରାୟଣ ସାହୁ, କୋଷାଧ୍ୟକ୍ଷ ଗଙ୍ଗାଧର ହେର୍ଣ୍ଣା, ଉପସଭାପତି ଶିବ ଧରୁଆ ଏବଂ ସମ୍ପାଦକ ଭରତ ଦାସ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ WhatsApp Image 2026 09 05 at 14.11.20

ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ପରିଚାଳନା କରିଥିବା ବେଳେ ଗୁରୁଜୀ-ଗୁରୁମା ଗୋବିନ୍ଦ ଚନ୍ଦ୍ର ଦାଶ, ଭଗବାନ ପ୍ରଧାନ, ନିଳେନ୍ଦ୍ରୀ ନାଗ, ଜ୍ୟୋତିର୍ମୟୀ ଛନ୍ଦ, ସଂଯୁକ୍ତା ମହାକୁର, ଅନିତା ନାଏକ, ଜରିତା ନାଏକ, ସୋନିଆ ଭୋଇ, ମଞ୍ଜୁ ସେଠୀ, ଡଲି ମାଝୀ, ସ୍ୱାତିଶ୍ରୀ ସାହୁ ଓ କଳ୍ପନା ଡାଙ୍ଗ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମଟି ମହା ଆଡମ୍ବରରେ ପାଳନ କରି ସମସ୍ତ ଶିଶୁ ଭାଇ-ଭଉଣୀ ଗୁରୁଜୀ-ଗୁରୁମାଙ୍କୁ ଗୁରୁ ପୂଜନ କରିଥିଲେ । ବ୍ଲକ ଅଞ୍ଚଳର ସମସ୍ତ ବିଦ୍ୟାଳୟରେ ଗୁରୁଦିବସ ପାଳିତ ହୋଇଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments