Homelocalରାଉରକେଲା ଶ୍ରମିକ ସଂଘର ଆହ୍ୱାନ କ୍ରମେ ୧୬ ଦଫା ଦାବି ନେଇ ଇସ୍ପାତ କର୍ମଚାରୀଙ୍କ ଗଣଧାରଣା

ରାଉରକେଲା ଶ୍ରମିକ ସଂଘର ଆହ୍ୱାନ କ୍ରମେ ୧୬ ଦଫା ଦାବି ନେଇ ଇସ୍ପାତ କର୍ମଚାରୀଙ୍କ ଗଣଧାରଣା

ରାଉରକେଲା, (୦୧/୧୦) : ଆପ୍ର : ୧୬ ଦଫା ଦାବି ନେଇ ରାଉରକେଲା ଶ୍ରମିକ ସଂଘର ଆହ୍ୱାନ କ୍ରମେ ଆଜି ରାଉରକେଲା ବିର୍ସା ଛକ ଠାରେ ସକାଳ ୮ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଇସ୍ପାତ କର୍ମଚାରୀଙ୍କ ଏକ ବିଶାଳ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି ।

ଇସ୍ପାତ କର୍ମଚାରୀଙ୍କ ପ୍ରମୁଖ ଦାବିଗୁଡ଼ିକ ମଧ୍ୟରେ ରହିଛି, ବକେୟା ୩୯ ମାସର ଏରିଅର ତୁରନ୍ତ ପ୍ରଦାନ, ଦଶମ ମଜୁରୀ ଚୁକ୍ତିନାମାକୁ ପୂର୍ଣ୍ଣାଙ୍ଗ କରିବା, ମାସିକ ପ୍ରୋତ୍ସାହନ ପୁରସ୍କାରର ପୁନଃ ମୂଲ୍ୟାୟନ କରିବା, ସମ୍ମାନଜନକ ବାର୍ଷିକ ଇସ୍ପାତ କାରଖାନା କାର୍ଯ୍ୟଦକ୍ଷତା ଲିଙ୍କ୍ଡ ପ୍ରୋତ୍ସାହନ ଯୋଜନା ବୋନସ୍ ପ୍ରଦାନ କରିବା, ଇସ୍ପାତ ଜେନେରାଲ୍ ହସ୍ପିଟାଲର ଘରୋଇକରଣ ବନ୍ଦ କରିବା, ଟାଉନସିପ୍‌ର ଘରୋଇକରଣ ବନ୍ଦ କରିବା, ବାସଗୃହ ମରାମତି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସମେତ ଅନ୍ୟାନ୍ୟ ନ୍ୟାୟସଙ୍ଗତ ୯ଟି ଦାବି ସହିତ ମୋଟ ୧୬ ଦଫା ଦାବି ରହିଛି ।

ରାଉରକେଲା ଶ୍ରମିକ ସଂଘ ପକ୍ଷରୁ ଗଣଧାରଣା ପ୍ରାରମ୍ଭରେ, ମହାତ୍ମା ଗାନ୍ଧୀଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା ଏହି ଗଣବିକ୍ଷୋଭର ଶୁଭାରମ୍ଭ କରିଥିଲେ । ଗଣ ବିକ୍ଷୋଭର ମୁଖ୍ୟ ଆକର୍ଷଣ ଥିଲା ୩୯ ମାସର ଏରିଅର ଦାବିକୁ ପ୍ରତୀକାତ୍ମକ ଭାବେ ଉପସ୍ଥାପନ । ୩୯ ମାସର ଏରିଅର ଦାବିରେ ୩୯ ଜଣ କର୍ମଚାରୀ ହାଫ୍ ପ୍ୟାଣ୍ଟ୍ ଓ ଗଞ୍ଜି ପରିଧାନ କରି ପ୍ରତୀକାତ୍ମକ ଭାବେ ବିକ୍ଷୋଭରେ ବସିଥିଲେ । ଏହି ଅବସରରେ ସାଧାରଣ ସମ୍ପାଦକ ଶ୍ରୀ ବେହେରା ସେଲ୍ ମ୍ୟାନେଜମେଣ୍ଟକୁ ଚେତାବନୀ ଦେଇ କହିଥିଲେ ଯେ, “ଏହା ଆରମ୍ଭ ମାତ୍ର, କର୍ମଚାରୀଙ୍କ ନ୍ୟାୟସଙ୍ଗତ ଦାବି ପୂରଣ ନହେଲେ ଆଗାମୀ ଦିନରେ ସଂଘ ଆହୁରି ତୀବ୍ର ଓ ଅଭିନବ ଆନ୍ଦୋଳନ କରିବାକୁ ପଛେଇବ ନାହିଁ ।” ସେ ଆହୁରି କହିଥିଲେ ଯେ, କମ୍ପାନୀର କର୍ମଚାରୀମାନଙ୍କ ୧୦ ବର୍ଷିଆ ମଜୁରୀ ଚୁକ୍ତିନାମାର ଅବଧିର ୯ ବର୍ଷ ୯ ମାସ ବିତିଯାଇଥିଲେ ମଧ୍ୟ ୩୯ ମାସର ଏରିଅର ପ୍ରଦାନ ନକରିବା ଏବଂ ଦଶମ ମଜୁରୀ ଚୁକ୍ତିନାମାକୁ ଏପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

ଏହି ଗଣଧାରଣାରେ ଶ୍ରମିକ ସଂଘର ଉପ-ସାଧାରଣ ସମ୍ପାଦକ ଦିଲ୍ଲୀପ ମହାପାତ୍ର, ଉପ-ସାଧାରଣ ସମ୍ପାଦକ ଚକ୍ରଧର ପ୍ରଧାନ, ବରିଷ୍ଠ ଉପସଭାପତି ଆ.ର୍ କେ. ପଣ୍ଡା, ଅକ୍ଷୟ କୁମାର ଜେନା, ନିହାର ଦାସ, ସମ୍ପାଦକ ରମାକାନ୍ତ ପରିଡ଼ା, ପ୍ରତାପ କୁମାର ପଣ୍ଡା, ବିଜୟ ମହାନ୍ତି, ସରୋଜ କୁମାର ମିଶ୍ର, ବିନୋଦ ତନ୍ତୀ ,ଏସ୍. ଏନ୍. ଦାସ, ଏସ୍.ସି. ସେଲ୍ ଅଧ୍ୟକ୍ଷ ଦୁଃଶାସନ ନାୟକ, ୟୁଥ୍ ଅଧ୍ୟକ୍ଷ ବିକାଶ ବେହୁରିଆ, ସହସମ୍ପାଦକ ରମେଶ ମଲ୍ଲିକ, ବିଦ୍ୟାଧର ସେଠୀ, ଏମ୍. ସାରଥୀ, ଏସ୍. ଏନ୍. ନାୟକ, ପ୍ରତାପ ମେହେର, ସୌରଭ ଉପାଧ୍ୟାୟ, ଜେ କେ ବେହେରା, ପ୍ରଭାକର ବେହେରା ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ ।

ସେହିପରି ପ୍ରଫୁଲ୍ଲ ଚନ୍ଦ୍ର ଦାସ, ବିଜୟ ମହାନ୍ତି, ବିକାଶ ବେହୁରିଆ, ସୁରେଶ କିଶାନ, ରମେଶ ମଲ୍ଲିକ, ପ୍ରତାପ କୁମାର ପଣ୍ଡା, ଏମ୍. ସାରଥୀ, ଏସ୍. ଏନ୍. ନାୟକ, ସୌରଭ ଉପାଧ୍ୟାୟ, ଅଭିରାମ ମହାପାତ୍ର, ଏସ୍. ଏନ୍. ପ୍ରଧାନ, ବିକ୍ରମ ସ୍ୱାଇଁ, ଦିଲୀପ ମଲ୍ଲିକ, ଉମାକାନ୍ତ ଜେନା, ଯଶବୀର୍ ସିଂ, ସନ୍ତୋଷ ବାରିକ, ରୁଦ୍ରନାରାୟଣ ବେହେରା, ବିରଞ୍ଚି ବେହେରା, ସୂର୍ୟ୍ୟକାନ୍ତ ବେହେରା, ପଦ୍ମନ ଦାସ, ମନମୋହନ ବେହେରା, ପଦ୍ମନାଭ ଗୌଡ଼, ପ୍ରଦୀପ ଶେଖର ଦେଓ, ଶ୍ୟାମସୁନ୍ଦର ପାଢ଼ୀ, ଦିବାକର ମହନ୍ତ, ଚକ୍ରଧର ପ୍ରଧାନ, ରଞ୍ଜନ ବାଗ୍, ଦେବାଶିଷ ଜେନା, ଅଭିଜିତ ନାୟକ, ପ୍ରଶାନ୍ତ ସାହୁ ପ୍ରମୁଖ ଧାରଣାରେ ବସିରହିଥିଲେ । ଧାରଣାସ୍ଥଳରେ ଶହ ଶହ ସଂଖ୍ୟାରେ ସଂଘର କର୍ମକର୍ତ୍ତା, ଇସ୍ପାତ କର୍ମଚାରୀ ଉପସ୍ଥିତ ରହି ଗଣଧାରଣାକୁ ସଫଳ କରାଇଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments