ଆନନ୍ଦପୁର, (୨୧/୦୭) : ଆପ୍ର : ବିଲରେ କାମ କରୁଥିବା ବେଳେ ଅଘଟଣ । ନନ୍ଦିପଦା ଥାନା ଡ଼ିମିରିଆ ଗ୍ରାମରେ ବଜ୍ରପାତରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି ।
ମୃତ ଚାଷୀ ହେଲେ ଗ୍ରାମର ଶ୍ରୀନିବାସ ରାଉଳଙ୍କ ପୁଅ ମିଥୁନ ରାଉଳ । ମିଥୁନ ଆଜି ଅପରାହ୍ନରେ ବିଲକୁ ଟ୍ରାକ୍ଟର ନେଇ ହଳ କରାଇବା ପାଇଁ ଯାଇଥିବା ବେଳେ ବଜ୍ରପାତ ଘଟିଥିଲା । ଘଟଣା ସ୍ଥଳରେ ସେ ପଡିଯିବାପରେ ସାଙ୍ଗରେ ଥିବା କିଛିଗ୍ରାମ ବାସୀ ତାଙ୍କୁ ଉଦ୍ଧାର କରି ତୁରନ୍ତ ଶାଳନିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । କିନ୍ତୁ ସେଠାକାର ଡାକ୍ତର ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ରେଫର କରିଥିଲେ । ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

