Homebreaking newsଫିଲ୍ମ ଷ୍ଟାଇଲ୍ ଅପହରଣ ମାମଲାରେ ବଡ଼ ଆକ୍ସନ, ଲେଡି SI ଓ ସାମ୍ବାଦିକ ଗିରଫ

ଫିଲ୍ମ ଷ୍ଟାଇଲ୍ ଅପହରଣ ମାମଲାରେ ବଡ଼ ଆକ୍ସନ, ଲେଡି SI ଓ ସାମ୍ବାଦିକ ଗିରଫ

ବଲାଙ୍ଗିର, (୧୭/୦୮) : ଆପ୍ର : ବଲାଙ୍ଗିର ବ୍ୟବସାୟୀ ଅପହରଣ ମାମଲାରେ ବଡ଼ ଟ୍ବିଷ୍ଟ । ଲେଡି ଏସଆଇକୁ ଗିରଫ କଲା ପୋଲିସ ।

ଲିଙ୍କରେ ଜଣେ ସାମ୍ୱାଦିକଙ୍କୁ ମଧ୍ୟ ପୋଲିସ ଗିରଫ କରିଥିବା ସୂଚନା । ଗିରଫଦାରୀ ନେଇ ବଲାଙ୍ଗିର SDPO ସୂଚନା ଦେଇଛନ୍ତି । ​ଚର୍ଚ୍ଚିତ ବଲାଙ୍ଗିର ବ୍ୟବସାୟୀ ଅପହରଣ ମାମଲାରେ ଏକ ବଡ଼ ଏବଂ ଚାଞ୍ଚଲ୍ୟକର ଖୁଲାସା ସାମ୍ନାକୁ ଆସିଛି । ଏହି ଅପହରଣ ପଛରେ ଜଣେ ପୋଲିସ ଅଧିକାରୀ ଏବଂ ଜଣେ ସାମ୍ବାଦିକଙ୍କ ସମ୍ପୃକ୍ତି ଥିବା ପଦାକୁ ଆସିବା ପରେ ବଲାଙ୍ଗିର ପୋଲିସ ଦୁହିଁଙ୍କୁ ଗିରଫ କରିଛି। ଗିରଫ ପୋଲିସ ଏସଆଇ ସ୍ନେହମଞ୍ଜରୀ ସାହୁ ଏହି ଅପହରଣ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷିତୀଶ ସାହୁର ଭଉଣୀ ବୋଲି ଜଣାପଡ଼ିଛି । ​

ପୂର୍ବରୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ କ୍ଷିତୀଶ ସାହୁ ଏବଂ ସହଯୋଗୀ ସଂଜିତ ବେହେରାକୁ ଗିରଫ କରିଥିଲା ପୋଲିସ । ଗତ ଶୁକ୍ରବାର ଦିନ ଜାତୀୟ ରାଜପଥ ରଣ୍ଡା ଛକ ନିକଟରୁ ନରେନ୍ଦ୍ର ସାହୁଙ୍କୁ ଫିଲ୍ମ ଷ୍ଟାଇଲରେ ଅପହରଣ କରାଯାଇଥିଲା । ଅପହରଣର ଦିନକ ପରେ ଭୁବନେଶ୍ୱରର ଖଣ୍ଡଗିରି ଅଞ୍ଚଳରୁ ଅପହୃତ ବ୍ୟବସାୟୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା ପୋଲିସ । ହନୁମାନ ପଇସା ପାଇଁ ଏହି ଅପହରଣ ହୋଇଥିବା ସୂଚନା ମିଳିଥିଲେ ବି ୨କୋଟି ୭୦ ଲକ୍ଷ ଟଙ୍କା ଅଭିଯୁକ୍ତ କେଉଁଠୁ ପାଇଛି ସେନେଇ ତଦନ୍ତ କରୁଛି ପୋଲିସ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments