ଭଦ୍ରକ, (୧୯/୧୦) : ଆପ୍ର : ଡିଭାଇଡରରେ ପିଟିହେଲା ଆମ୍ବୁଲାନ୍ସ । ୨ ମୃତ ଓ ୩ ଗୁରୁତର । ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥର ତିଶଳପୁର ଛକ ନିକଟରେ ଦୁର୍ଘଟଣା ଘଟିଛି ।
ଆମ୍ବୁଲାନ୍ସଟି ଖଡ଼ଗପୁରରୁ ରୋଗୀଙ୍କୁ ନେଇ କଟକ ଆସୁଥିଲା । ତିଶଳପୁର ନିକଟରେ ବୋଲେରୋକୁ ସାଇଟ୍ ମାରି ଡିଭାଇଡର ସହ ଧକ୍କା ହୋଇଥିଲା । ଆମ୍ବୁଲାନ୍ସରେ ଥିବା ଦୁଇ ମହିଳାଙ୍କ ମୃତ୍ୟୁ ହୋଇଛି । ଗୁରୁତରଙ୍କୁ ଭଦ୍ରକ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ।

