ଯାଜପୁର, (୧୯/୧୦) : ଆପ୍ର : ମହାନବମୀ ପାଇଁ କ୍ଷେତ୍ରେଶ୍ୱରୀ ମା’ ବିରଜାଙ୍କ ପୀଠ ଚଳଚଞ୍ଚଳ । ଗତକାଲି ରାତିରେ ଶୋଳ କଳସ ମଧ୍ୟରୁ ଶେଷ କଳସ ସ୍ଥାପନ ହେବା ସହ ହୋମ ଯଜ୍ଞ କରାଯାଇଥିଲା ।
ପରେ ମାଆଙ୍କ ଅଷ୍ଟମୀ ସନ୍ଦିପୂଜା ଅନୁଷ୍ଠିତ ହୋଇଥିଲା । ଆଜି ଭୋରୁ ପବିତ୍ର ବୈତରଣୀରୁ ଜଳ ଅଣାଯାଇ ମାଆଙ୍କ ସ୍ନାନ କରାଯାଇଛି । ନବରାତ୍ର ଅବସରରେ ୯ଦିନ ମାଙ୍କ ଗର୍ଭ ଗୃହରେ ଭକ୍ତ ମାନଙ୍କୁ ପ୍ରବେଶ କରି ମାଙ୍କ ମୁଖ ଦର୍ଶନ ସହ ଚରଣ ସ୍ପର୍ଶ କରିବାକୁ ସୁଯୋଗ ମିଳିଥାଏ । ଏହି ପାଇଁ ସକାଳୁ ହଜାର ହଜାର ସଂଖ୍ୟକ ଭକ୍ତ ମାନଙ୍କ ଲମ୍ବା ଲାଇନ୍ ଲାଗିଛି । ପ୍ରତିପଦ ଠାରୁ ଆରମ୍ଭ ହୋଇଥିବା ନବଦିବସୀୟ ରଥଯାତ୍ରାର ଆଜି ଶେଷ ଦିନ । ଅପରାହ୍ନରେ ମାଙ୍କ ରଥାଯାତ୍ରା ପରେ ଲାଖବିନ୍ଧା ଉତ୍ସବ ଅନୁଷ୍ଠିତ ହେବ ।

