Homelocalଆଜି ମାହାମାୟାଙ୍କ ଅନ୍ତିମ ପର୍ବ ବିଜୟା ଦଶମୀ, ରାବଣପୋଡ଼ି ପାଇଁ ଭୁବନେଶ୍ୱରର ୯ଟି ସ୍ଥାନକୁ ଅନୁମତି

ଆଜି ମାହାମାୟାଙ୍କ ଅନ୍ତିମ ପର୍ବ ବିଜୟା ଦଶମୀ, ରାବଣପୋଡ଼ି ପାଇଁ ଭୁବନେଶ୍ୱରର ୯ଟି ସ୍ଥାନକୁ ଅନୁମତି

ଭୁବନେଶ୍ୱର, (୨୧/୧୦) : ଆପ୍ର : ଆଜି ବିଜୟା ଦଶମୀ । ମାହାମାୟାଙ୍କ ଅନ୍ତିମ ପର୍ବ । ସତ୍ୟ ଉପରେ ଅସତ୍ୟ, ଅଧର୍ମ ଉପରେ ଧର୍ମର ଜୟ । ଘଣ୍ଟ, ଘଣ୍ଟା ଓ ମନ୍ତ୍ର ଉଚ୍ଚାରଣରେ ମୁଖରିତ ପୂଜା ମଣ୍ଡପ ।

ସକାଳୁ ସକାଳୁ ପୂଜାପାଠ ଚାଲିଛି । ସବୁଠି ଭକ୍ତିମୟ ପରିବେଶ । ମାଆଙ୍କ ଆଶିଷ ଲାଭ ପାଇଁ ବିଭିନ୍ନ ମଣ୍ଡପରେ ଜମୁଛି ଭକ୍ତଙ୍କ ଭିଡ଼। ପବିତ୍ର ବିଜୟା ଦଶମୀରେ ସ୍ବତନ୍ତ୍ର ରୀତିନୀତିରେ ଚାଲିଛି ପୂଜାର୍ଚ୍ଚନା । ଦୁର୍ଗାପୂଜାରେ ଝଲସୁଛି ରୂପାର ସହର କଟକ ନଗରୀ । ମଣ୍ଡପରେ ଚାନ୍ଦିର ଚମକ ଓ ସୁନାର ଓଜଲ୍ୟରେ ଝଟକୁଛନ୍ତି ମାଆ । ଜଗତଜନନୀ ମା ଦୁର୍ଗାଙ୍କ ଦର୍ଶନ କରି ପୁଣ୍ୟ ଅର୍ଜନ କରୁଛନ୍ତି ଭକ୍ତ । ଏପଟେ ରାବଣପୋଡ଼ି ପାଇଁ ଭୁବନେଶ୍ୱରର ୯ଟି ସ୍ଥାନକୁ ମିଳିଛି ଅନୁମତି । ରାବଣପୋଡ଼ି କାର୍ଯ୍ୟକ୍ରମ ସମୟରେ ଯେପରି କୌଣସି ଅଘଟଣ ନ ଘଟେ, ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖାଯାଇଛି । ଆସନ୍ତାକାଲି ରାଜଧାନୀରେ ହେବ ସାମୂହିକ ବିସର୍ଜନ ।

ଅନ୍ୟପଟେ ପାରାଦୀପ ସାଗର କ୍ଲବ ପକ୍ଷରୁ ୩୫ ତମ ରାବଣ ପୋଡି ଉତ୍ସବ ପାଳିତ। ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଜଗତସିଂହପୁର ସାଂସଦ ବିଭୂପ୍ରସାଦ ତରାଇ। ରାଜ୍ୟ ଓ ଦେଶରେ ସତ୍ଯ, ଧର୍ମ, ନ୍ୟାୟ ଓ ଅହିଂସାର ପ୍ରତିଷ୍ଠା ପାଇଁ ଅଧର୍ମ, ଅନ୍ୟାୟ ଓ ଅନୀତିର ପ୍ରତିକ ରୂପୀ ରାବଣକୁ ପୋଡିବାସହ ଭାଇଚାରା ସୃଷ୍ଟି କରିବାକୁ ଆହ୍ବାନ ଦେଇଥିଲେ ସାଂସଦ। ନିଜ ନିଜ ଭିତରେ ଥିବା ହିଂସାକୁ ଦୂର କରି ଅସାମାଜିକ କାର୍ଯ୍ୟରୁ ଦୂରେଇ ରହି ସମାଜର ମଙ୍ଗଳ ପାଇଁ ଆଗେଇ ଆସିବାକୁ କହିଥିଲେ। ପରେ କଳିଙ୍ଗ ବାଲିଯାତ୍ରା ପଡିଆରେ ବାଣ ପ୍ରତିଯୋଗୀତା କରାଯାଇଥିଲା। ଶେଷରେ ରାବଣ ଦେହରେ ଅଗ୍ନି ସଂଯୋଗ କରିଥିଲେ ସାଂସଦ। କାର୍ଯ୍ୟକ୍ରମ ଦେଖିବା ପାଇଁ ହଜାର ହଜାର ଦର୍ଶକଙ୍କ ସମାଗମ ହୋଇଥିଲା।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments