ରାଉରକେଲା, (୨୧/୧୦) : ଆପ୍ର : ରାଜ୍ୟରେ ପୁଣି ଏକ ହାତୀର ମୃତ୍ୟୁ ଘଟିଛି । ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀର ମୃତଦେହ ଠାବ ହୋଇଛି ।
ବନ୍ଧମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଡୁମେର୍ତ୍ତା ଗାଁ’ର ଟୁଙ୍ଗୁରିଟୋଲି ନିକଟ ଏକ ଚାଷଜମିରୁ ହାତୀର ମୃତଦେହ ମିଳିଛି । ହାତୀର ମୃତଦେହ ଦେଖିବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ତେବେ ଦନ୍ତା ହାତୀର ମୃତ୍ୟୁ କେଉଁ କାରଣରୁ ହୋଇଛି, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ ଖବର ପାଇ ଘଟଣାସ୍ଥଳରେ ବନବିଭାଗର ଅଧିକାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ହାତୀର ମୃତ୍ୟୁ ପଛରେ କୌଣସି ସ୍ୱାଭାବିକ କାରଣ ରହିଛି ନା ଅନ୍ୟ କିଛି କାରଣ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ । ବନବିଭାଗର ତଦନ୍ତ ରିପୋର୍ଟ ପରେ ହିଁ ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ।

