ସାଇପ୍ରିୟା ୱାକର୍ସ କ୍ଲବ ର ଚଳିତ ମଇ ମାସ ପରିଚାଳନା ସମିତି ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି

Date:

Share post:

ରାୟଗଡା, (୩୧/୫) : ଆପ୍ର : ଆଜି ସାଇପ୍ରିୟା ୱାକର୍ସ କ୍ଲବ ପରିଚାଳନାସମିତି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସମ୍ପ୍ରତି ସାଇପ୍ରିୟା ନଗରସ୍ଥିତ କ୍ଲବ ବ୍ୟାଡ଼ମୀଣ୍ଟନ ପ୍ରାଙ୍ଗଣ ନିକଟ ରେ ଅନୁଷ୍ଠିତ ହୋଇଯାଇଛି ।

ସାଇପ୍ରିୟା କ୍ଲବର ସଭାପତିଙ୍କ ୱାକର୍ସ ଜୟକୃଷ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ କ୍ଲବର ପ୍ରତିଷ୍ଠାତା ସଭାପତି ୱାକର୍ସ ସୁବାଷ ବେହେରା, ଆଞ୍ଚଳିକ ସଭାପତି ୱାକର. ଡ଼କ୍ଟର ଏମ. ସୁରେଶ କୁମାର, ସମ୍ପାଦକ ୱାକର୍ସ ଜଗନ୍ନାଥ ନାୟକ, କୋଷାଧକ୍ଷ କେ. ବୈକୁଣ୍ଠ ରାଓ,ଉପସଭାପତି ୱାକର. ଲାଲ ମୋହନ ବେହେରା,ୱାକର. ଏସ ଆପଲ ରାଜୁ, ୱାକର.ଏସ. ଏନ. ଖାଡ଼ଙ୍ଗା,ୱାକର. କେ. ଧର୍ମରଜୁ, ୱାକରଜି.ରାମକ୍ରୀଷ୍ଣା, ୱାକର.ଗୋପୀନାଥ ନାୟକ, ୱାକର. ବି. ଏମ. ରାଓ ପଟ୍ଟନାୟକ, ୱାକର କେ. ରମେଶ, ୱାକର. ତ୍ରିନାଥ ରାଓ,ୱାକର.କେ.କୋଟେଶ୍ୱରରାଓ , ୱାକର ବି. ଜି. ନାଇଡ଼ୁ ୱାକର ଏସ. ଏନ. ୱାଇ. ରାଓ, ୱାକର ଜଗଦୀଶ ପ୍ରସାଦ ଦାଶ ଆଦି ଅନ୍ୟୁନ ୨୫ ରୁ ୩୦ଜଣ ସଦସ୍ୟ ବୈଠକ ରେ ଉପସ୍ଥିତ ଥିଲେ ।

ବିଭିନ୍ନ ସାମାଜିକ, ସ୍ୱାସ୍ଥ୍ୟ ଓ କ୍ରୀଡାମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ବ୍ୟାପକ ଆଲୋଚନା ହୋଇଥିଲା । ବିଗତ ଦିନରେ ଅନୁଷ୍ଠିତ ହୋଇଯାଇଥିବା ଯୋଗ ଶିବିର, ପ୍ରଭାତୀ ଚଳାଚଳ ସଚେତନତା କାର୍ଯ୍ୟକ୍ରମ, ବ୍ୟାଡମିଣ୍ଟନ ପ୍ରଶିକ୍ଷଣ ଓ ସାମାଜିକ ସେବାମୂଳକକାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ସାଇପ୍ରିୟା କ୍ଲବ ପକ୍ଷ୍ୟରୁ ୱାକର. ସୁବାଷ ବେହେରା ଆୟୋଜନ ଦାଇତ୍ୱ ରେ ଥିବା ମୁଖ୍ୟତଃ ୱାକର. ଏମ ସୁରେଶ କୁମାର, ୱାକର ଜୟକୃଷ ପ୍ରଧାନ, ୱାକର. ଜଗନ୍ନାଥ ନାୟକ, ୱାକର. ଗୋପୀନାଥ ନାୟକଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ । ଏଥି ସହିତ କାର୍ଯ୍ୟକ୍ରମ ରେ ସହଯୋଗ ଓ ନିଷ୍ଠା ର ସହ ସୁଚାରୁ ଭାବେ ପରିଚାଳନା ପାଇଁ ସଦସ୍ୟମାଙ୍କୁ ମଧ୍ୟ ପ୍ରଶଂସା କରିଥିଲେ ।

ଆଜିର ଏହି ଗୁରୁତ୍ୱ ପୂର୍ଣ୍ଣ ପରିଚାଳନା ସମିତି ବୈଠକରେ ଜୁନ ମାସ ଠାରୁ ଅକ୍ଟବୋର ମାସ ପର୍ଯ୍ୟନ୍ତ ବିଭିନ୍ନ ସାମାଜିକ,ସେବାମୂଳକ, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସେବା, କ୍ରୀଡା, ଶିକ୍ଷା ସମ୍ବନ୍ଧୀୟ ସେବା, ପରିବେଶ ସୁରକ୍ଷା,ଜନସଚେତନତା ଆଦି ବିଭିନ୍ନ କାର୍ଯ୍ୟ କ୍ରମ ଗୁଡିକୁ ପର୍ଯ୍ୟାୟ କ୍ରମେ ଜୁନ ମାସ ଠାରୁ ଆରମ୍ଭ କରି ଅକଟୋବର ମାସ ମଧ୍ୟରେ ସମ୍ପୂର୍ଣ କରିବା ପାଇଁ ନିଷ୍ପତି ହେଲା । କ୍ଲବର ଏକତା, ଶୃଙ୍ଖଳା ଓ ସାମୁଦାୟିକ ସମ୍ପ୍ରୀତିକୁ ଆହୁରି ସୁଦୃଢ କରିବାକୁ ସମସ୍ତ ସଦସ୍ୟ ସଂକଳ୍ପବଦ୍ଧ ହୋଇଥିଲେ । ବୈଠକରେ କ୍ଲବର ବହୁ କର୍ମକର୍ତ୍ତା ଓ ସଦସ୍ୟମାନେ ଉପସ୍ଥିତ ରହି ସଫଳ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ସମ୍ପାଦକ ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିବା ପରେ ବୈଠକ ସମାପ୍ତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

spot_img

Related articles

NEET ପାଇଁ ବାୟୋମେଟ୍ରିକ୍ ବାଧ୍ୟତାମୂଳକ, ପୁନଃପରୀକ୍ଷାକୁ ସ୍ୱଚ୍ଛ ଓ ନକଲ-ମୁକ୍ତ କରିବା ପାଇଁ NTAର ଗାଇଡ୍ ଲାଇନ୍

ନୂଆଦିଲ୍ଲୀ, (୧୯/୦୬) : ଆପ୍ର : NEET ପାଇଁ ବାୟୋମେଟ୍ରିକ୍ ବାଧ୍ୟତାମୂଳକ ! । ପରୀକ୍ଷା ହଲ୍ କୁ ଯିବା ପୂର୍ବରୁ ହେବ ବାୟୋମେଟ୍ରିକ୍...

ଫୁଡ୍ ବିଜନେସ୍ କରୁଥିବା ଲୋକଙ୍କ ପାଇଁ FSSAI ର ନୂଆ ନିୟମ, କଳଙ୍କୀ ଛୁରି ବ୍ୟବହାର ମନା

ନୂଆଦିଲ୍ଲୀ, (୧୯/୦୬) : ଆପ୍ର : ରେଷ୍ଟୁରାଣ୍ଟ, ହୋଟେଲ, ଢାବା ଏବଂ ଫୁଡ୍ ଫ୍ୟାକ୍ଟ୍ରିରେ ଖାଇବା କ୍ବାଲିଟିକୁ ନେଇ ନିୟମ କଡ଼ା ବୋକୁ ଯାଉଛି...

ଗ୍ରୀଷ୍ମ ପ୍ରବାହ ଯୋଗୁଁ ପାଣି ସଙ୍କଟର ଉତ୍କଟ ରୂପ ଧାରଣ

ବେଲପଡ଼ା, (୧୯/୦୬) : ଆପ୍ର : ଗ୍ରୀଷ୍ମ ପ୍ରବାହ ବଢ଼ିବା ସହିତ ପାଣି ସଙ୍କଟ ମଧ୍ୟ ଉତ୍କଟ ରୂପ ଧାରଣ କରିଛି । ବଲାଙ୍ଗିର ଜିଲ୍ଲା...

ପୂର୍ବ ଶତ୍ରୁତା ନେଲା ଜୀବନ; ଘରେ ଶୋଇଥିବା ବେଳେ ଧାରୁଆ ଅସ୍ତ୍ରରେ ହତ୍ୟା, ଅଭିଯୁକ୍ତ ଅଟକ

ବରଗଡ଼, (୧୯/୦୬) : ଆପ୍ର : ପୂର୍ବ ଶତ୍ରୁତାର ଭୟଙ୍କର ପରିଣତି । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଥାନା ଅନ୍ତର୍ଗତ ତୁର୍ଲା...