Homebreaking newsଟ୍ରେନ୍‌ରେ ସୁଟକେସ୍‌ରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ଘଟଣାରେ ଓଡ଼ିଆ ଦମ୍ପତିଙ୍କ ସମ୍ପୃକ୍ତି ସନ୍ଦେହ

ଟ୍ରେନ୍‌ରେ ସୁଟକେସ୍‌ରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ଘଟଣାରେ ଓଡ଼ିଆ ଦମ୍ପତିଙ୍କ ସମ୍ପୃକ୍ତି ସନ୍ଦେହ

ଭୁବନେଶ୍ୱର, (୨୩/୦୮) : ଆପ୍ର : ଟ୍ରେନ୍‌ରୁ ସୁଟକେସ୍‌ ଭିତରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ଘଟଣାରେ ତାମିଲନାଡୁ ପୋଲିସ ଏବେ ଓଡ଼ିଶାରେ ତନାଘନା ଆରମ୍ଭ କରିଛି ।

ହତ୍ୟାକାଣ୍ଡରେ ଜଣେ ଓଡ଼ିଆ ଦମ୍ପତିଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରି ପୋଲିସ ସେମାନଙ୍କୁ ଖୋଜୁଛି । ଏଥିପାଇଁ ତାମିଲନାଡୁ ପୋଲିସର ଏକ ସ୍ୱତନ୍ତ୍ର ଟିମ୍‌ ଓଡ଼ିଶାରେ ପହଞ୍ଚି ବିଭିନ୍ନ ସ୍ଥାନରେ ଛାନ୍‌ଭିନ୍‌ ଚଳାଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଗତ ୬ ତାରିଖରେ ତାମିଲନାଡୁ ଏକ୍ସପ୍ରେସ୍‌ରେ ଏକ ସୁଟକେସ୍‌ ଭିତରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିଥିଲା । ଟ୍ରେନ୍‌ ଆଗ୍ରା ରେଲୱେ ଷ୍ଟେସନରେ ପହଞ୍ଚିବା ପରେ ସୁଟକେସ୍‌ ଭିତରୁ ମୃତଦେହ ଉଦ୍ଧାର ହୋଇଥିଲା ।

ଘଟଣାକୁ ନେଇ ରେଲୱେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ଷ୍ଟେସନର ସିସିଟିଭି ଫୁଟେଜ୍‌ ପୋଲିସ ହାତରେ ଲାଗିଥିଲା । ଏଥିରେ ଜଣେ ପୁରୁଷ ଓ ଜଣେ ମହିଳା ସୁଟକେସ୍‌ ନେଇ ଯାଉଥିବା ଦେଖାଯାଇଥିବା ସୂଚନା ମିଳିଛି । ଏହାକୁ ଆଧାର କରି ପୋଲିସ ସେମାନଙ୍କ ପରିଚୟ ଓ ଗତିବିଧି ସମ୍ପର୍କରେ ତଦନ୍ତ ଚଳାଇଥିଲା । ହତ୍ୟାକାଣ୍ଡ ପରେ ସନ୍ଦିଗ୍ଧ ଦମ୍ପତି ଓଡ଼ିଶା ଫେରି ଆସିଥିବା ପୋଲିସ ସନ୍ଦେହ କରୁଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments