Homelocalଜିଲ୍ଲାରେ ଏସଆଇଆର ର ପ୍ରାରମ୍ଭ

ଜିଲ୍ଲାରେ ଏସଆଇଆର ର ପ୍ରାରମ୍ଭ

ରାୟଗଡା, (୩୧/୫) : ଆପ୍ର : ଭାରତ ନିର୍ବାଚନ ଆୟୋଗଙ୍କ ଘୋଷଣା ଅନୁସାରେ ରାୟଗଡ଼ ଜିଲ୍ଲାରେ ଗତ ତିରିଶ ତାରିଖ ଠାରୁ ଆରମ୍ଭ ହୋଇଛି ଏସ ଆଇ ଆର କାର୍ଯ୍ୟକ୍ରମ

ବୁଥ ସ୍ତରୀୟ ଅଧିକାରୀ ସମ୍ପୃକ୍ତ ସହକାରୀ ନିର୍ବାଚକ ପଞ୍ଜୀକରଣ ଅଧିକାରୀଙ୍କ ଠାରୁ ପରିଗଣନା ଫର୍ମ ନେଇ ଘରକୁ ଘର ବଣ୍ଟନ ଆରମ୍ଭ କରିଛନ୍ତି । ଜିଲ୍ଲାପାଳ ରାୟଗଡା ଶ୍ରୀଯୁକ୍ତ ଆଶୁତୋଷ କୁଳକର୍ଣୀ ବିଏଲ୍ଓ ଙ୍କୁ ପରିଗଣନା ଫର୍ମ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ବଣ୍ଟନ ଓ ସଂଗ୍ରହ ଶେଷ କରିବା ନିମନ୍ତେ ସମ୍ପୃକ୍ତ ବୁଥ ଅଞ୍ଚଳରେ ରହୁଥିବା ଅଙ୍ଗନୱାଡି କର୍ମୀ, ଆଶା କର୍ମୀ , ସିଆରପି, ଏମ୍ବିକେ, ଶିକ୍ଷକ, ଅନ୍ୟ ସରକାରୀ କର୍ମକର୍ତ୍ତା, ସ୍ୱେଚ୍ଛାସେବୀ ସଂସ୍ଥାର କର୍ମକର୍ତ୍ତା, ଯୁବକ ସଂଘ, ମହିଳା ସଂଘ ଆଦିର ସଦସ୍ୟ ତଥା ଗ୍ରାମ୍ୟ ଯୁବପିଢ଼ି ବିଏଲଓଙ୍କୁ ସହଯୋଗ ପ୍ରଦାନ କରିବା ନିମନ୍ତେ ଅନୁରୋଧ କରିଛନ୍ତି ।

ଏଥିନିମନ୍ତେ ରାୟଗଡା ବ୍ଲକ ସଦଭାବନା ଗୃହରେ ଶନିବାର ଦିନ ବ୍ଲକର ସମସ୍ତ ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ଏମ ବି କେ ଓ ସି ଆର ପିଙ୍କ ଏକ ସଚେତନତା ବୈଠକ ତଥା ତାଲିମ ଅନୁଷ୍ଠିତ ହୋଇଥିଲା। ଫର୍ମ ପୂରଣ କୌଶଳ ସହ ଆବଶ୍ୟକ ଦସ୍ତାବିଜ ବିଷୟରେ ଅବଗତ କରାଯାଇଥିଲା । ଏଥିରେ ରାୟଗଡ଼ ତହସିଲଦାର ପ୍ରିୟଦର୍ଶିନୀ ସ୍ୱାଇଁ, ବିଡ଼ିଓ ସୁଜିତ କୁମାର ମିଶ୍ର, ସମ୍ବଳ ଶିକ୍ଷକ ନିଳାଞ୍ଚଳ ମିଶ୍ର, ଜିପିଡିଓ ସ୍ମୃତିରେଖା ନାୟକ ପ୍ରମୁଖ ଯୋଗଦେଇ ଆଲୋଚନା କରିବା ସହ ବୁଥ ସ୍ତରୀୟ ଅଧିକାରୀଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ ।

ସମସ୍ତ ଭୋଟର ଯେପରି ଚିଠା ଭୋଟର ତାଲିକାରେ ସ୍ଥାନିତ ହେବେ ଏବଂ ଅଯୋଗ୍ୟ ଭୋଟର ବାଦ୍ ହେବେ ସେଥିରେ ଗୁରୁତ୍ୱ ପ୍ରଦାନ କରାଯାଉଅଛି ବୋଲି ଉପଜିଲ୍ଲାପାଳ ରମେଶ କୁମାର ଜେନା କହିଛନ୍ତି । ଏଥି ନିମନ୍ତେ ରାୟଗଡା ବିଧାନସଭା ମଣ୍ଡଳୀର ସମସ୍ତ ତିନିଶହ ଦୁଇଟି ବୁଥ ବିଏଲଓ ଙ୍କୁ ତାଲିମ ପ୍ରଦାନ କରାଯାଇଅଛି । ଇସିଆଇ ନେଟ ରେ ସଂଗୃହୀତ ତଥ୍ୟର ପୂରଣ ନିମନ୍ତେ ପ୍ରତି ବ୍ଲକ୍ ଓ ପୌରାଞ୍ଚଳର ବ୍ୟାପକ ବ୍ୟବସ୍ଥା କରାଯାଇଥିବା ଶ୍ରୀ ଜେନା ପ୍ରକାଶ କରିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments