Homeaccident୧୬୦ ଫୁଟ ତଳକୁ ଖସିଲା କାର, ୨ ଗୁରୁତର

୧୬୦ ଫୁଟ ତଳକୁ ଖସିଲା କାର, ୨ ଗୁରୁତର

ନୟାଗଡ଼, (୩୧/୦୫) : ଆପ୍ର : ୧୬୦ ଫୁଟ ତଳକୁ ଖସିଲା କାର । ଦୁର୍ଘଟଣାରେ ୨ ଗୁରୁତର ଓ ଜଣେ ଆହତ ।

ନୟାଗଡ଼ ଜିଲ୍ଲା ଫତେଗଡ଼ ଶ୍ରୀରାମ ମନ୍ଦିରକୁ ଠାକୁର ଦର୍ଶନ କରିବାକୁ ଆସି ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ଏକ ପରିବାର । ସୂଚନା ଅନୁଯାୟୀ, କଟକ ଜିଲ୍ଲା ଆଠଗଡ଼ ବ୍ଲକ ମହାକାଳବସ୍ତ ଗାଁର ଲିଟୁନା ବରାଳ ତାଙ୍କ ପତ୍ନୀ ସସ୍ମିତା ଏବଂ ଛବିନା ମହାନ୍ତି ଏକ କାରରେ ଫତେଗଡ଼ ଶ୍ରୀରାମ ମନ୍ଦିରକୁ ଦର୍ଶନ କରିବାକୁ ଆସିଥିଲେ। ଠାକୁର ଦର୍ଶନ ସାରି ଫେରୁଥିବା ବେଳେ ବ୍ରେକ ଫେଲ ହୋଇଯାଇ ପାହାଡ ତଳକୁ ଖସି ପଡ଼ିଥିଲା ଗାଡ଼ି । ଖବରପାଇ ଭାପୁର ଅଗ୍ନିଶମ ବିଭାଗ ଦୁର୍ଘଟଣାସ୍ଥଳରେ ପହଞ୍ଚି କାର ମଧ୍ୟରେ ଥିବା ୩ ଜଣଙ୍କୁ ଉଦ୍ଧାର କରିଥିଲା । ସମସ୍ତଙ୍କୁ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments