Homelocalଗାଧୋଇବା ବେଳେ ରେବ ନଦୀରେ ଭାସିଗଲେ ୪ ନାବାଳିକା, ୩ ଉଦ୍ଧାର,ଜଣେ ମୃତ

ଗାଧୋଇବା ବେଳେ ରେବ ନଦୀରେ ଭାସିଗଲେ ୪ ନାବାଳିକା, ୩ ଉଦ୍ଧାର,ଜଣେ ମୃତ

ଭଦ୍ରକ, (୨୩/୦୮) : ଆପ୍ର : ଗାଧୋଇବା ପାଇଁ ଯାଇଥିବା ବେଳେ ନଦୀରେ ଅଘଟଣ । ତୁଠରେ ଗୋଡ ଖସିଯିବା ଯୋଗୁଁ ପାଣିରେ ବୁଡି ନାବାଳିକା ମୃତ

ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଚୂଡ଼ାକୁଟି ପଞ୍ଚାୟତର ନାରାୟଣପୁର ଗାଁରେ ଘଟିଛି ଏହି ଅଘଟଣ । ୪ ଜଣ ନାବାଳିକା ନିକଟତମ ରେବ ନଦୀକୁ ଯାଇଥିଲେ । କିନ୍ତୁ ପାଣି ସୁଅରେ ସମସ୍ତେ ଭାସିଯାଇଥିଲେ । ସୌଭାଗ୍ୟବଶତଃ ୩ ଜଣକୁ ଜୀବନ୍ତ ଉଦ୍ଧାର କରାଯାଇଥିବା ବେଳେ ଜଣେ ନାବାଳିକାଙ୍କ ମୃତ୍ଯୁ ହୋଇଛି । ମୃତ ନାବାଳିକା ନାମ ଇପ୍ସିତା ନାଥ । ସ୍ଥାନୀୟ ଲୋକେ ଇପ୍ସିତାଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲ ରେ ଭର୍ତ୍ତି କରିଥିଲେ ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments