ରାୟଗଡା ଜିଲ୍ଲା ଭିନ୍ନକ୍ଷମ ମହାସଂଘ ପକ୍ଷରୁ ୨ମାସ ଧରି ଭତ୍ତା ଆକାଉଣ୍ଟକୁ ନଆସିବାରୁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

Date:

Share post:

ରାୟଗଡା, (୩୧/୦୫) : ଆପ୍ର : ରାୟଗଡା ଜିଲ୍ଲା ଭିନ୍ନକ୍ଷମ ମହାସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ ୨ମାସ ଧରି ଭତ୍ତା ଆକାଉଣ୍ଟକୁ ନଆସିବାରୁ ଦାବୀପତ୍ର ।

ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ରାୟଗଡ଼ାଙ୍କ ଜରିଆରେ NSAP ଯୋଜନା ଅଧିନରେ ଦୁଇ ମାସ ଧରି ଅଟକିଥିବା ଭତ୍ତା ପ୍ରଦାନ କରିବା ନିମନ୍ତେ ଆବେଦନ କରିଛନ୍ତି। ରାୟଗଡ଼ା ଭିନ୍ନକ୍ଷମ ମହାସଂଘର ସଭାପତି ଶିଶିର ରାଉଳ ସମ୍ପାଦକ ଅମରେନ୍ଦ୍ର ନାଥ ଏଵଂ ଅନ୍ୟ ସଦସ୍ୟ, କର୍ମକର୍ତ୍ତା ସମୂହ ରାୟଗଡ଼ା ଜିଲ୍ଲା ସମେତ ସମଗ୍ର ରାଜ୍ୟରେ ସାମାଜିକ ସୁରକ୍ଷା ଯୋଜନା ଉପରେ ସରକାରଙ୍କଙ୍କୁ ଅନୁରୋଧ କରିଛନ୍ତି ଗତ ୨ମାସ ଧରି DBT ମାଧ୍ୟମରେ ଭତ୍ତା ପାଉଥିବା ସମସ୍ତ ହିତାଧିକାରୀ ଭତ୍ତା ପଇସା ପାଇବାରୁ ବଞ୍ଚିତ ହୋଇଛନ୍ତି ।

ଗତ ମାସ ୨୮/୦୪/୨୦୨୬ ରିଖ ରେ ବିଭାଗୀୟ ୪୫୫୨ SSEPD ଅନୁଯାୟୀ NSAPର ଭତ୍ତା ନ ଆସିବା ନେଇ ସମସ୍ତ ହିତାଧିକାରୀ ଙ୍କୁ ସୂଚନା ଆସନ୍ତା ମାସରେ ୨ ମାସର ଭତ୍ତା ଟଙ୍କା ଏକ ସାଥିରେ ଆସିବ ବୋଲି ମଧ୍ୟ ବିଭାଗ ପକ୍ଷରୁ କୁହାଯାଇଥିଲା। ଦୁର୍ଭାଗ୍ୟ ବଶତଃ ପ୍ରାୟ ୨ମାସ ହେବ ହିତାଧିକାରୀ ଙ୍କୁ ଭତ୍ତା ପଇସା ମିଳିନି। ଆର୍ଥିକ ଅନଟନ ସାଙ୍ଗକୁ ନାନା ଅସୁବିଧାର ର ସମ୍ମୁଖୀନ ହେଉଛନ୍ତି । କାରଣ, ଓଡ଼ିଶାର ଅନେକ ଭତ୍ତା ହିତାଧିକାରୀ ଭତ୍ତା ଦ୍ଵାରା ହିଁ ତାଙ୍କ ପରିବାରର ଆର୍ଥିକ କାରବାର କରନ୍ତି। ଅତିଶିଘ୍ର ଏହାର ସମାଧାନ ନିମନ୍ତେ ଜିଲ୍ଲା ପ୍ରଶାସନ ଓ ସରକାର ଚିନ୍ତା କରିବା ଦରକାର ବୋଲି ସମ୍ପାଦକ ଅମରେନ୍ଦ୍ର ନାଥ ଏବଂ ଶିଶିର ରାଉଳ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

spot_img

Related articles

ବିପଦ ସଂକୁଳ ଅବସ୍ଥାରେ ଯାତ୍ରୀ ବିଶ୍ରାମଗାର

ଗଞ୍ଜାମ, (୨୧/୦୬) : ଆପ୍ର : : ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ଗ୍ରାମ ଜାତୀୟ ରାଜପଥ ପାର୍ଶ୍ବରେ ରହିଥିବା ଯାତ୍ରୀ ବିଶ୍ରାମ ଗାର...

ମହିଳାଙ୍କ ଠାରୁ ଏକକୋଟି ୩୮ ଲକ୍ଷ ଠକିଥିବା ମହିଳା ଗିରଫ

ଗଜପତି, (୨୧/୦୬) : ଆପ୍ର : ମହିଳାଙ୍କ ଠାରୁ ଏକକୋଟି ୩୮ଲକ୍ଷ ଠକାମୀ କରିଥିବା ମହିଳା ଗିରଫ । ପ୍ରାୟ ଦେଢ ବର୍ଷ ଧରି...

ରାଷ୍ଟ୍ରପତିଙ୍କ ଗାଁ ପାହାଡ଼ପୁର ହେବ ସୋଲାର ଗାଁ, ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ

ମୟୂରଭଞ୍ଜ, (୨୧/୦୬) : ଆପ୍ର : ରାଷ୍ଟ୍ରପତିଙ୍କ ଗାଁ ମୟୂରଭଞ୍ଜର ପାହାଡ଼ପୁର ହେବ ସୋଲାର ଗାଁ । ରାଇରଙ୍ଗପୁର ଦାଣ୍ଡବୋଷରେ ଘୋଷଣା କଲେ ପ୍ରଧାନମନ୍ତ୍ରୀ...

ସାଙ୍ଗ ସହ ଗାଧୋଇବାକୁ ଯାଇ ବୁଡ଼ିଗଲେ ନାବାଳକ

ବାଲୁଗାଁ, (୨୧/୦୬) : ଆପ୍ର : ସାଙ୍ଗ ସହ ଗାଧୋଇବାକୁ ଯାଇଥିବା ବେଳେ ପାଣିରୁ ନାବାଳକର ମୃତଦେହ ଉଦ୍ଧାର । ଖୋର୍ଦ୍ଧା ବାଣପୁର ଥାନା ମାଳିଗୋବିନ୍ଦପୁର...