Homelocalଖୋଜା ଚାଲିଛି ଯୁବ ଓ ଅଣପଞ୍ଜିକୃତ ଭୋଟର

ଖୋଜା ଚାଲିଛି ଯୁବ ଓ ଅଣପଞ୍ଜିକୃତ ଭୋଟର

ରାୟଗଡା, (୧୩/୭) : ଆପ୍ର : ରାୟଗଡା ଜିଲ୍ଲାରେ ଯୁବ ଏବଂ ଅଣ ପଞ୍ଜିକୃତ ଭୋଟରଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି ।WhatsApp Image 2026 07 15 at 16.43.42

ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣିଙ୍କ ନିର୍ଦ୍ଦେଶ କ୍ରମେ ପ୍ରତି ବୁଥ ଅଞ୍ଚଳରେ ଥିବା ଅଣପଞ୍ଜିକୃତ ଓ ଯୁବ ଭୋଟରଙ୍କୁ ଚିହ୍ନଟ କରି ଅଧୁନାତନ ଭୋଟର ତାଲିକାରେ ସାମିଲ କରିବା ପାଇଁ ଜିଲ୍ଲାର ତିନୋଟି ନିର୍ବାଚନ ମଣ୍ଡଳୀରେ ପ୍ରୟାସ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ସୋମବାର ଦିନ ରାୟଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅମଲାଭଟା ସ୍ଥିତ ମଡେଲ ଡିଗ୍ରୀ କଲେଜ ଏବଂ ସରକାରୀ ଆଇଟିଆଇ ଠାରେ ଯୁବ ଭୋଟର ସଚେତନତା ତଥା ପଞ୍ଜୀକରଣ ଶିବିର ଅନୁଷ୍ଠିତ ହୋଇଥିଲା । ଉପଜିଲ୍ଲାପାଳ ଶ୍ରୀଯୁକ୍ତ ରମେଶ କୁମାର ଜେନାଙ୍କ କାର୍ଯ୍ୟସୂଚୀ ଅନୁସାରେ ଏହା ଅନୁଷ୍ଠିତ ହୋଇଥିଲା ।

ରାୟଗଡା ବିଡ଼ିଓ ଶ୍ରୀଯୁକ୍ତ ସୁଜିତ କୁମାର ମିଶ୍ର ଓ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ କୁମାର ଦିଲ୍ଲୀପ ଉପସ୍ଥିତ ରହି ଯୁବ ଭୋଟରଙ୍କୁ ପଞ୍ଜିକରଣର ଆବଶ୍ୟକତା ତଥା ଲୋକ ପ୍ରତିନିଧିତ୍ୱ ଅଧିନିୟମ ୧୯୫୦ର ଧାରା ୧୬ ଓ ୧୯ ଅନୁଯାୟୀ ଭୋଟରତାଲିକାରେ ପଞ୍ଜିକରଣ ର ଯୋଗ୍ୟତା, ଅଯୋଗ୍ୟତା, ଧାରା ୧୭ ଓ ୧୮ ଅନୁଯାୟୀ ଏକାଧିକ ସ୍ଥାନରେ ପଞ୍ଜୀକରଣର ପ୍ରତିବନ୍ଧକ ବିଷୟରେ ଆଲୋଚନା କରିଥିଲେ । ସମସ୍ତ ଯୋଗ୍ୟ ବ୍ୟକ୍ତି ଭୋଟର ତାଲିକାରେ ସାମିଲ ହେବା ପାଇଁ ସଂକଳ୍ପ କରାଇଥିଲେ । ମଡେଲ ଡିଗ୍ରୀ କଲେଜର ଅଧ୍ୟକ୍ଷା ଡ: ଶ୍ୟାମା ମହାପାତ୍ର, ରାଜନୀତି ବିଜ୍ଞାନ ବିଭାଗୀୟ ମୁଖ୍ୟ ଡ: ସଂଯୁକ୍ତା ମାଝୀ ଓ ବାଣିଜ୍ୟ ବିଭାଗୀୟ ମୁଖ୍ୟ ଶ୍ରୀ ଏମ କଲ୍ୟାଣ କୁମାର ପ୍ରମୁଖ ଗଣତନ୍ତ୍ରର ସୁଦୃଢ଼ ପାଇଁ ଯୁବ ଭୋଟରଙ୍କ ଦାୟୀତ୍ୱ, କର୍ତ୍ତବ୍ୟ ଓ ଭୂମିକା ବିଷୟରେ ନିଜ ନିଜର ସାରଗର୍ଭକ ଅଭିବ୍ୟକ୍ତିରେ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ପ୍ରୟାସ କରିଥିଲେ ।

ଜାତୀୟ ସମ୍ବଳ ଶିକ୍ଷକ ନିଳାଞ୍ଚଳ ମିଶ୍ର ଉପସ୍ଥିତ ରହି ଅନଲାଇନ ମାଧ୍ୟମରେ ଭୋଟର ତାଲିକାରେ ନିଜ ନାମ ଯାଞ୍ଚ କରିବା ପ୍ରକ୍ରିୟା, ଯୋଗ, ବାଦ୍ ଓ ସଂଶୋଧନ ପାଇଁ ଫର୍ମ ର ବ୍ୟବହାର, ଆବଶ୍ୟକ ଦସ୍ତାବିଜ ଆଦି ବିଷୟରେ ଆଲୋଚନା କରିଥିଲେ । ସ୍ଥାନୀୟ ବିଏଲଓ ଏବଂ ସୁପରଭାଇଜର ଯୋଗଦେଇ ଫର୍ମ ପୂରଣ ଓ ନାମ ଯାଞ୍ଚ କୌଶଳ ଯୁବପିଢୀଙ୍କୁ ପ୍ରବର୍ତ୍ତାଇଥିଲେ । ଶେଷରେ ଶିକ୍ଷାର୍ଥୀଙ୍କ ମଧ୍ୟରେ କେତେକ ସଚେତନତା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଶିକ୍ଷାର୍ଥୀ ଗଣତନ୍ତ୍ରରେ ଭୋଟରଙ୍କ ଭୂମିକା ବିଷୟରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ ଓ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା ।

ଭୋଟର ଯାଞ୍ଚ ପ୍ରକ୍ରିୟାରେ ଅଯୋଗ୍ୟ ଭୋଟରଙ୍କ ବାଦ ପରେ ଜିଲ୍ଲାର ଭୋଟର ସଂଖ୍ୟା ସାତ ଲକ୍ଷ ଚଉଦ ହଜାର ଚାରିଶହ ରୁ କମି ଛଅ ଲକ୍ଷ ଅଣଷଠି ହଜାରରେ ପହଞ୍ଚିଛି । ଚିଠା ଭୋଟର ତାଲିକା ଗତ ଜୁଲାଇ ପାଞ୍ଚ ତାରିଖରେ ପ୍ରକାଶ ପାଇଛି। ଆସନ୍ତା ଅଗଷ୍ଟ ଚାରି ତାରିଖ ମଧ୍ୟରେ ଯୋଗ୍ୟ ବ୍ୟକ୍ତି ଆବେଦନ କରିପାରିବେ। ଯୁବ ଓ ସମସ୍ତ ଯୋଗ୍ୟ ଭୋଟରଙ୍କୁ ଚିହ୍ନଟକରି ତାଲିକାରେ ସାମିଲ କରିବା ନିମନ୍ତେ ଏହା ଏକ ଅଭିନବ ପଦକ୍ଷେପ ବୋଲି ଉପଜିଲ୍ଲାପାଳ ଶ୍ରୀ ଜେନା କହିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments