ମୁରିବାହାଲ, (୧୪/୦୭) : ଆପ୍ର : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଙ୍ଗୋମୁଣ୍ଡା ବ୍ଲକର ଗନ୍ଧର୍ଲା ସାପ୍ତାହିକ ବଜାର ପରିସରରେ ସୋମବାର ବିଜୁ ଜନତା ଦଳର ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ବିଜେଡି ଯୁବ ନେତା ଗିରିରାଜ ସିଂ ମାଝୀଙ୍କ ନେତୃତ୍ୱରେ ସିନ୍ଧେକେଲା ଜିଲ୍ଲା ପରିଷଦ ଜୋନ୍ ନଂ ୨୧ର ସକ୍ରିୟ ବିଜେଡି ସଦସ୍ୟ ଓ BLAଙ୍କୁ ନେଇ ଏହି ବୈଠକ ଆୟୋଜିତ ହୋଇଥିଲା । ବୈଠକରେ SIR ଓ ସୋସିଆଲ ମିଡିଆ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ବୈଠକରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ବିଜେଡି ନେତା ଭବାନୀ ପ୍ରସାଦ ହୋତା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମୁରିବାହାଲ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ହଂସ ରାଜ ଜୈନ,ବିଜେଡି ନେତ୍ରୀ ନିରୁପମା ମାଝୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଲା ମାଝୀ,ବିଜେଡି ସାଧାରଣ ସମ୍ପାଦକ ଦେବାର ବାରିକ, ବିଜେଡି ନେତ୍ରୀ ପିଙ୍କି ଖର୍ସେଲ ଙ୍କ ସମେତ ଅନ୍ୟ ଦଳୀୟ ନେତା ମାନେ ମଞ୍ଚାସୀନ ଥିଲେ।
ବୈଠକରେ ଆଲୋଚନା ବେଳେ କୁହାଗଲା ଯେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ୨୦ ହଜାରରୁ ଊର୍ଦ୍ଧ୍ୱ ଭୋଟରଙ୍କ ନାମ SIR ତାଲିକାରୁ ବାଦ ପଡିଛି । ତାହା ଠିକ୍ ଅଛି କି ଭୁଲ୍ ତାହାର ତଦନ୍ତ କରିବା ସହ ଆଉ କିଛି ମାସ ପରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ଜନତା ଦଳ ସମର୍ଥିତ ପ୍ରାର୍ଥୀଙ୍କୁ କେମିତି ବିଜୟୀ କରାଯିବ ସେ ଦିଗରେ ତୃଣମୂଳ ସ୍ତରରେ କାମ କରିବାକୁ ଗୁରୁତ୍ୱ ଦିଆଯାଇଥିଲା । ଶ୍ରୀ ମାଝୀ ଦଳୀୟ ନେତାଙ୍କୁ ଆହ୍ୱାନ କରି କହିଲେ ଯେ ଆଗାମୀ ଦିନରେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷ ପଦବୀ ବିଜୁ ଜନତା ଦଳ ଦଖଲକୁ ଆସିବ। ସେଥିପାଇଁ ଏବେଠାରୁ ସଂଗଠନକୁ ମଜବୁତ କରିବା ।
ଏହି ବୈଠକରେ ବଙ୍ଗୋମୁଣ୍ଡା ବ୍ଲକ ପୂର୍ବତନ ଛାତ୍ର ସଭାପତି ପ୍ରେମିଶ ଚନ୍ଦ୍ର ବାଗ, ଦେଡଙ୍ଗା ପଞ୍ଚାୟତ ସରପଞ୍ଚ ଘୋଷିଆଲ ସେନାପତି, ବିଜେଡି ଯୁବ କାର୍ଯ୍ୟକର୍ତ୍ତା ବିରଞ୍ଚି ଜାଲ, ପୂର୍ବତନ ଜମଖୁଣ୍ଟା ସରପଞ୍ଚ ଗୋରେଖଲାଲ ମହାନନ୍ଦ, ଖଗେଶ୍ୱର ବେହେରା, ଗଣେଷ ଭୋଇ, ପୂର୍ବତନ ଗନ୍ଧର୍ଲା ସରପଞ୍ଚ ବେଣୁଧର ବେହେରା, ଦୁଲମଣି ନାଗ, ପୂର୍ବତନ ସିନ୍ଧେକେଲା ସମିତି ବିଶ୍ୱମ୍ବର ସାହୁ, ପୂର୍ବତନ ଅର୍ଶତୁଲା ସମିତି ପରମାନନ୍ଦ ସାହୁ, ବିଜେଡି ବରିଷ୍ଠ ନେତା ତେଲୁ ରଣା, ଅମିତ ସାହୁ, କୃପା ଭୋଇ, ଭବାନୀ ନାଗ, ଫାଲ ସାହୁ, ଭାଗ୍ୟ ସାହୁ, ଇନ୍ଦ୍ରମଣି ସାହୁ, ଲବଣୀ ସାହୁ, ଦେବେନ୍ଦ୍ର ନାଗ, ସୁଜିତ ସରାଫ, ବିଘ୍ନରାଜ ମାଝୀ, ମିଥୁନ ତାଣ୍ଡି, ଗୌରାଙ୍ଗ ମହାନନ୍ଦ, କୈଳାଶ ତାଣ୍ଡି, ହେମନ୍ତ ବିଶ୍ୱାଳ, ପୂର୍ବତନ ଚାନ୍ଦୋତରା ସମିତି କୁନ୍ତ ସାହୁ, ସତ୍ୟ ନାଏକ, ମୁକ୍ତଦାସ ସେନାପତି, ଦୈତାରି ଭୋଇ, ଦେବରାଜ ଯାଦବ, ବିଷ୍ଣୁ ପ୍ରସାଦ ଜୁଏଡ, ନବୀନ ଯୁଆଡି, ଠଣ ସୁନ୍ଦର ବେହେରା, ଦୀନବନ୍ଧୁ ବେହେରା, ଗୋପାଳ ମେହେର, ପବିତ୍ର ପୋଢ, ଦିଲୀପ ସାହୁ, ବରୁଣ ଲୁହା, ତପନ ଦୀପ, ଖିରଧର ବେହେରା, ମୂଜାଫର ଖାନ, ଶୁଭମ ବେହେରା, ଦୁଷ୍ମନ୍ତ ବେହେରା, ଧନଞ୍ଜୟ ବେହେରା ଙ୍କ ସମେତ ସିନ୍ଧେକେଲା ଅଞ୍ଚଳର ବିଭିନ୍ନ ପଞ୍ଚାୟତର ଶହ ଶହ ବିଜେଡି କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।

