ରାଇକିଆ, (୧୫/୦୭) : ଆପ୍ର : କନ୍ଧମାଳ ଜିଲ୍ଲା ସୁଗଡ଼ବାଡ଼ି ଗ୍ରାମ ପଞ୍ଚାୟତର କାଜୁରୀ ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ରାଇକିଆ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ଓ କୋର୍ଟ ଚାଲାଣ କରିଛି ।
ସୂଚନା ଅନୁଯାୟୀ, କାଜୁରୀ ଗ୍ରାମର ଦିଲ୍ଲୀପ କୁମାର ପ୍ରଧାନ ଓ ସେହି ଗ୍ରାମର ସୁନ୍ଦରସିଂ ଦିଗାଳ ଙ୍କ ମଧ୍ୟରେ ଜମିବାଡ଼ି ବିବାଦକୁ ନେଇ ବଚସା ହୋଇଥିଲା । ବିବାଦ ଉଗ୍ର ରୂପ ହୋଇ ସୁନ୍ଦରସିଂ ଦିଗାଳ ଙ୍କ ଆକ୍ରମଣରେ ଦିଲ୍ଲୀପ କୁମାର ପ୍ରଧାନଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଏହାକୁ ନେଇ ରାଇକିଆ ଥାନାରେ କେସ୍ ନଂ–୮୫,୨୬ରେ ମାମଲା ରୁଜୁ କରାଯାଇଥିଲା । ଓ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଥିଲା । ରାଇକିଆ ଥାନା ଆଇଆଇସି ତଥା ତଦନ୍ତକାରୀ ଅଧିକାରୀ ଏ. ସ୍ୱର୍ଣ୍ଣଲତା ପାତ୍ରଙ୍କ ନେତୃତ୍ୱରେ ପୋଲିସ ତଦନ୍ତ କରି ଥିଲା ଓ କାଜୁରୀ ନିକଟସ୍ଥ ପାହାଡ଼ିଆ ଜଙ୍ଗଲରେ ଲୁଚି ରହିଥିବା ଅଭିଯୁକ୍ତ ସୁନ୍ଦରସିଂ ଦିଗାଳ ଙ୍କୁ ଗିରଫ କରିଥିଲା । ସୋମବାର ଦିନ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ।

