ଝାରସୁଗୁଡ଼ା, (୧୯/୧୦) : ଆପ୍ର : ଝାରସୁଗୁଡ଼ା ଜିଲ୍ଲାରେ ପୁଣି ଏନକାଉଣ୍ଟର । ବ୍ରଜରାଜନଗର ଥାନା ଅନ୍ତର୍ଗତ ଆମଦରହ ଜଙ୍ଗଲରେ ପୋଲିସର ଏନକାଉଣ୍ଟର ।
ଦୁର୍ଦ୍ଦାନ୍ତ ଅପରାଧୀ ବଣ୍ଟି ପ୍ରସାଦର ବାମ ଗୋଡ଼ରେ ବାଜିଛି ଗୁଳି । ବଣ୍ଟିର ଘର ଓରିଣ୍ଟ ତାନା ଅଞ୍ଚଳରେ । ପୋଲିସ ଘରେ ଚଢାଉ କରୁଥିବା ସମୟରେ ଗୁଳି ଚଳାଥିଲା ବଣ୍ଟି । ଆତ୍ମରକ୍ଷା ପାଇଁ ପୋଲିସ ପକ୍ଷରୁପାଲଟା ଗୁଳି ଚାଳନା କରାଯାଇଥିଲା । ବଣ୍ଟିକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତା ନାଁରେ ବିଭିନ୍ନ ଥାନାରେ ରହିଛି ୧୭ଟି ଅପରାଧିକ ମାମଲା ।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବଣ୍ଟି ପ୍ରସାଦ ନାଁରେ ବିଭିନ୍ନ ଥାନାରେ ମୋଟ ୧୭ଟି ଅପରାଧିକ ମାମଲା ରହିଛି । ତା’ର ଅପରାଧିକ କାର୍ଯ୍ୟକଳାପକୁ ନେଇ ପୋଲିସ ପକ୍ଷରୁ ତଦନ୍ତ ଚାଲିଛି । ଏହି ଏନକାଉଣ୍ଟର ପରେ ଘଟଣାସ୍ଥଳ ଓ ଆଖପାଖ ଅଞ୍ଚଳରେ ପୋଲିସ ପକ୍ଷରୁ ଅଧିକ ତଦନ୍ତ କରାଯାଉଥିବା ସୂଚନା ମିଳିଛି । ଝାରସୁଗୁଡ଼ା ଜିଲ୍ଲାରେ ଏହି ଏନକାଉଣ୍ଟରକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଘଟଣା ସମ୍ପର୍କରେ ପୋଲିସ ପକ୍ଷରୁ ଆଧିକାରିକ ଭାବେ ଆଉ କେଉଁ ତଥ୍ୟ ପ୍ରକାଶ କରାଯାଉଛି, ତାହାକୁ ଅପେକ୍ଷା କରାଯାଇଛି ।

